ଅନ୍ୟାନ୍ୟ

ସମର୍ଥ ଅଗ୍ରୱାଲ ହତ୍ୟା ମାମଲା : ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

ଝାରସୁଗୁଡ଼ା, ୦୨/ ୦୪/ ୨୦୨୩ –   ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲାରେ  ସମ୍ବଲପୁର ବୁର୍ଲାରୁ ଆଉ ଜଣଙ୍କୁ ବାନ୍ଧିଛି ପୋଲିସ । ସମର୍ଥଙ୍କୁ ଅପହରଣ ପରେ ଏହି ବ୍ୟକ୍ତିଙ୍କ ଘରେ ରାତିରେ ରଖା ଯାଇଥିବା କୁହାଯାଉଛି । ଏହି ଅଭିଯୋଗରେ ପୋଲିସ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି । ଅଟକ ବ୍ୟକ୍ତି ଜଣଙ୍କ କିଏ ତାହା ଜଣାପଡ଼ିନାହିଁ ।

ସମର୍ଥଙ୍କୁ ଝାରସୁଗୁଡ଼ାରୁ ଆଣି ବୁର୍ଲା ନେବା ପରେ ଡାକ୍ତରଖାନା ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଘରେ ରାତିରେ ରଖିଥିଲେ । ସମର୍ଥକଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ପରଦିନ ତାଙ୍କୁ ଡାକ୍ତରଙ୍କୁ ଦେଖାଇବାକୁ ନେଇଥିବା କୁହାଯାଉଛି । ସେପଟେ ଅପହରଣ ଓ ହତ୍ୟା ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍ କରିଛି ପୋଲିସ । ଅଭିଯୁକ୍ତଙ୍କୁ ନେଇ ପୋଲିସ ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ର ବିଭିନ୍ନ ଅଞ୍ଚଳକୁ ନେଇ ତଦନ୍ତ କରୁଛି । ରବିବାର ପୁଣି ଥରେ ବୁର୍ଲାରେ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମସିନ୍ ରିକ୍ରିଏସନ୍ କରିବାକୁ ଯୋଜନା କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com