ଅନ୍ୟାନ୍ୟ

ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

    ଭୁବନେଶ୍ୱର, ୧୦/୦୧/୨୦୨୩ –  ହକି ବିଶ୍ଵକପ ପୂର୍ବରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏକ ଅଘଟଣ ଘଟିଛି । ଷ୍ଟାଡିୟମର ଚାରି ନମ୍ବର ଗେଟରେ ବିଦ୍ୟୁତ କାମ କରୁଥିଲା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଯିବାରୁ ଜଣେ ଶ୍ରମିକ ତଳକୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା ।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛେଣ୍ଡ ପୁଲିସ ଶବ ଜବତ କରି RGH ମର୍ଗରେ ରଖିବା ସହ ଘଟଣାର ତଦନ୍ତ ଚଳାଇଛି । ମୃତକ ଜଣକ ହେଲେ ଲାଠିକଟା ବ୍ଲକ ଟାଇଁସାର ଭାଙ୍ଗରାଟୋଲାର ଗୋପାଳ ତିର୍କୀ । ସେ ଦୀପଶିକ୍ଷା ଏଣ୍ଟରପ୍ରାଇଜେସ ଠିକା ସଂସ୍ଥାରେ କାମ କରୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com