ଅନ୍ୟାନ୍ୟ

ଶେଷଦିନରେ ନାମାଙ୍କନ ଭରିଲେ ସମସ୍ତ ପ୍ରାର୍ଥୀ

ପଦ୍ମପୁର, ୧୭/୧୧/୨୦୨୨-   ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତ୍ୟେକ୍ଷ ଲଢେଇ । ଗୁରୁବାର ଶେଷ ଦିନରେ ବିଜେଡ଼ି ପାର୍ଥିନୀ ବର୍ଷାରାଣୀ ସିଂ ବରିହା ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହା ପୂର୍ବରୁ ବର୍ଷା ମାଣ୍ଡୋସିଲ ନିକଟ ନିଜ ପରିବାରର କୌଳିକ ମନ୍ଦିର ବୁଢ଼ାରଜା ଠାରେ ପୂଜା କରିଥିଲେ । ଏହି ସ୍ଥାନରେ ଅଂଚଳବାସୀ ଓ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ । । ସେହିଭଳି ସମର୍ଥକଙ୍କ ସହ ନାମାଙ୍କନ ଦାଖଲ ପାଇଁ ଯିବା ପୂର୍ବରୁ ବର୍ଷା ଚାଷୀଙ୍କୁ ଭେଟିଥିଲେ ।  ଚାଷୀ ନେତାଙ୍କୁ ମୁଣ୍ଡିଆ ମାରିବା ସହ ସେ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ ଏବଂ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ ।

ସେହିଭଳି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଏହି ସମୟରେ ଉପସ୍ଥିତ ଥିଲେ । ଅନ୍ୟପଟେ ଏକ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ । ତାଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ଏହାଛଡା ଏହି ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥପା ନାମାଙ୍କନ ଦାଖଲ କରିଛନ୍ତି ।

ଆଜି ନାମାଙ୍କନ ଦାଖଲ ବେଳେ ସମସ୍ତେ ବଡ ବଡ ଶୋଭାଯାତ୍ରା ଆଉ ପଟୁଆରରେ ଆସି ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଥିଲେ । ତେବେ ଚାଷୀ ସମସ୍ୟାକୁ ନେଇ କଣ ରଣନୀତି ନିଆଯିବ ତାହାକୁ ନେଇ ସମସ୍ତ ପ୍ରାର୍ଥୀ ଦ୍ୱନ୍ଦରେ ପଡିଛନ୍ତି । ଚାଷୀଙ୍କୁ ମନାଇବା ପାଇଁ ଶାସକ ବିଜେଡି ଏବଂ ବିରୋଧୀ ବିଜେପି ଇତି ମଧ୍ୟରେ ନିଜ ସାଧ୍ୟ ମତେ ବୟାନ ବାଜି ଆରମ୍ଭ କରିଦେଇଛନ୍ତି । ଏହା ଏବେ ଏହି ଉପନିର୍ବାଚନରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com