ଅନ୍ୟାନ୍ୟ

ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ଏ , ୨ ମୃତ

ରାସ୍ତା ଉପରେ ଖରାପ ହୋଇ ପଡ଼ିଥିବା ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆଜି ଭୋର ସାଢ଼େ ୪ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ବସ୍‌ ମାଲିକ ସତ୍ୟ ପ୍ରକାଶ ନାୟକ ଓ ଜଣେ ଛୋଟ ଛୁଆ ଅଛନ୍ତି।

ଦୁର୍ଘଟଣା ପରେ ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୫ ଆହତଙ୍କୁ ଜେପି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବସ୍‌ ଡ୍ରାଇଭରଙ୍କୁ ଆଇଜିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com