ଅନ୍ୟାନ୍ୟ

ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ଧମକ ଦେଲେ ପୁଟିନ

ଋଷ, ୨୧/୦୯/୨୦୨୨-  ପରମାଣୁ ଆକ୍ରମଣ ଧମକ ଦେଲେ ଭ୍ଲାଦିମିର ପୁଟିନ । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଗତ ୬ ମାସ ହେଲା ଜାରି ରହିଥିବା ଯୁଦ୍ଧ ଭିତରେ ଏହି ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ । ୟୁକ୍ରେନକୁ ଅସ୍ତ୍ର କରି ପାଶ୍ଚାତ୍ୟ ଦେଶ ଗୁଡିକ ବିଶେଷ କରି ଆମେରିକା ଓ ୟୁରୋପ ଋଷ ଉପରେ ଆକ୍ରମଣ କରିବା ସନ୍ଦେହ କରି ପୁଟିନ ଏହି ଘୋଷଣା କରିଛନ୍ତି ।

ତେଣୁ ଦେଶର ସୁରକ୍ଷା ପାଇଁ ଆମେ ସବୁ ପ୍ରକାର ଅସ୍ତ୍ର ପ୍ରୟୋଗ କରିପାରିବୁ ବୋଲି କହିଛନ୍ତି ପୁଟିନ୍ । ଏଥିସହ ସେନାକୁ ମଧ୍ୟ ଆଲର୍ଟରେ ରହିବାକୁ  ପୁଟିନ୍ ନିର୍ଦ୍ଦେଶ ଦେବା ସହିତ ଋଷର ପାର୍ଶ୍ବବର୍ତ୍ତି ଅଞ୍ଚଳରେ ପାଖାପାଖି ୩ ଲକ୍ଷ ସେନାକୁ ସ୍ଥାନାନ୍ତର କରାଯାଇଛି । ଏଥିପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ତେଣୁ ବର୍ତ୍ତମାନ ଏହି ଦୁଇ ଦେଶ ମଧ୍ୟରେ ଆହୁରି ଭୟଙ୍କର ଯୁଦ୍ଧ ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com