ଅନ୍ୟାନ୍ୟ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ : ଏପ୍ରିଲରେ ହୋଇପାରେ ୱାଇନାଡ ଲୋକସଭା ଉପ ନିର୍ବାଚନ

ନୂଆଦିଲ୍ଲୀ, ୨୪/୦୩/୨୦୨୩ –  ଗୁଜରାଟର ଏକ କୋର୍ଟ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ଏନେଇ ଲୋକସଭା ବାଚସ୍ପତି ସୂଚନା ଜାରି କରିଛନ୍ତି । ଏହାପରେ ରାଜ୍ୟଠାରୁ ଜାତୀୟ ପର୍ଯ୍ୟନ୍ତ ରାଜନୀତି ସରଗରମ ହୋଇ ଉଠିଛି । ଏହାରି ଭିତରେ ରାହୁଲ ସାଂସଦ ଥିବା କେରଳ ୱାଇନାଡ ଆସନରେ ଏବେ  ଲୋକସଭା ଆସନରେ ଉପ ନିର୍ବାଚନ ପାଇଁ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେପେଟେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏହା ଉପରେ ଆବେଦନ କରିବାକୁ ୧ମାସ ସମୟ ଦେଇଛନ୍ତି । ଏହି କ୍ରମରେ ରାହୁଲ ଉପର କୋର୍ଟରେ ଆବେଦନ କରିପାରିବେ । ନିର୍ବାଚନ ଆୟୋଗର ସୂତ୍ର ସୂଚନା ମୁତାବକ ୱାଇନାଡ ଲୋକସଭା କ୍ଷେତ୍ରରେ ଉପ ନିର୍ବାଚନ ଏପ୍ରିଲ ମାସରେ ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com