ଅନ୍ୟାନ୍ୟ

୯ ବର୍ଷର ବାଳକକୁ ବାରମ୍ବାର ଯୌନ ନିର୍ଯାତନା ଦେଇ ଧରା ପଡ଼ିଲେ ୩ ନାବାଳକ

ଚେନ୍ନାଇ() ସମସ୍ତଙ୍କୁ ବିଚଳିତ ଓ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁର ତୁତିକୋରିନରେ ଜଣେ ୯ ବର୍ଷୀୟ ବାଳକକୁ ତା’ର ୩ ଜଣ ବନ୍ଧୁ ମାସାଧିକ କାଳ ଯୌନ ନିର୍ଯାତନା ଦେଇ ଧରାପଡ଼ିଛନ୍ତି। ପ୍ରାୟ ଦେଢ଼ ମାସ ହେଲା ସେମାନେ ଏପରି କରୁଥିଲେ। ହେଲେ ପୀଡ଼ିତ ବାଳକ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। କୋଭିଲପାଟ୍ଟି ପୁଲିସ୍‌ ପୀଡ଼ିତ ବାଳକର ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ୩ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଗିରଫ ହୋଇଥିବା ୨ ଜଣ ୮ମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଆଉ ଜଣେ ୯ମ ଶ୍ରେଣୀରେ ପଢ଼ନ୍ତି। ଏମାନେ ସମସ୍ତେ ଅନଲାଇନ କ୍ଲାସ ଓ ଗେମ ଖେଳିବା ପାଇଁ ମୋବାଇଲ ବ୍ୟବହାର କରନ୍ତି। ହେଲେ ଅନଲାଇନ କ୍ଲାସ ବଦଳରେ ସେମାନେ ପର୍ଣ୍ଣ ମୁଭି ଦେଖୁଥିଲେ।

ଅଭିଯୁକ୍ତମାନେ ୯ ବର୍ଷୀୟ ବାଳକକୁ ପ୍ରଥମେ ପର୍ଣ୍ଣ ଭିଡିଓ ଦେଖାଇବା ସହ ସେପରି କରିବାକୁ ବାଧ୍ୟ କରିଥିଲେ। ଅଭିଯୁକ୍ତ ଓ ପୀଡ଼ିତ ପଡ଼ୋଶୀ ଭାବେ ରହୁଥିଲେ। ସେମାନଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ଥିଲା।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ୪ ଛାତ୍ର ମିଳିତ ଭାବେ ଜଣଙ୍କ ଘରେ ମୋବାଇଲରେ ଅନଲାଇନ ଗେମ୍ସ ଖେଳନ୍ତି। ଏସବୁ ଭିତରେ ଗୋଟିଏ ଦିନ ଅଭିଯୁକ୍ତମାନେ ପୀଡ଼ିତକୁ ଅଶ୍ଳୀଳ ଭିଡିଓ ଦେଖାଇଥିଲେ। ଏଥିସହ ସେମାନଙ୍କ ସହ ଏପରି କରିବାକୁ ବାଧ୍ୟ କରିଥିଲେ।

ବାରମ୍ବାର ଏପରି ଘଟିବାରୁ ପୀଡ଼ିତ ଜଣଙ୍କ ଘରୁ ବାହାରିବାକୁ ଭୟ କରିଥିଲା। ସେ ଯେତେବେଳେ ବି ବାହାରକୁ ବାହାରୁଥିଲା, ଅଭିଯୁକ୍ତମାନେ ତା’କୁ ଉକ୍ତ ଗଳିକୁ ନେଇ ଯୌନ ନିର୍ଯାତନା ଦେଉଥିଲେ। ପ୍ରାୟ ଦେଢ଼ ମାସ ଏପରି ଚାଲିବା ପରେ ପୀଡ଼ିତ ଜଣଙ୍କ ଶାରିରୀକ ଓ ମାନସିକ ଯନ୍ତ୍ରଣା ଆଉ ସହ୍ୟ କରିପାରି ନଥିଲା। ଫଳରେ ସେ ଅସୁସ୍ଥ ହୋଇଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତା’କୁ କୋଭିଲପାଟ୍ଟିରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଜାନୁଆରୀ ୫ରୁ ୧୫ ତାରିଖ ଯାଏ ସେଠାରେ ତା’ର ଚିକିତ୍ସା କରାଯାଇଥିଲା। ଏହି ସମୟରେ ଡାକ୍ତରମାନେ ପିଲାଟି କୌଣସି କାରଣରୁ ମାନସିକ ସ୍ତରରେ ଆଘାତ ପାଇଥିବା ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକ ବୁଝାସୁଝା କରିବା ପରେ ସେ ପୂରା ଘଟଣା ସମ୍ପର୍କରେ କହିଥିଲା।

ଏହାପରେ ପରିବାର ଲୋକ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିଥିଲା ଓ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com