ଅନ୍ୟାନ୍ୟ

ଘାଟିରୁ ଖସିପଡିଲା ସେନା ଟ୍ରକ୍, ୧୬ ଜଣ ଯବାନ ସହିଦ…ଦୁଃଖ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଶୁକ୍ରବାର ଉତ୍ତର ସିକ୍କିମରେ ଏକ ସେନା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଏଥିରେ ଥିବା ୧୬ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଦୁର୍ଘଟଣାରେ ୪ ଜଣ ଯବାନ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଭାରତୀୟ ସେନା ଏକ ବିବୃତ୍ତିରେ କହିଛି ଯେ ଡିସେମ୍ବର ୨୩ , ୨୦୨୨ ରେ ଉତ୍ତର ସିକ୍କିମର ଜେମା ଠାରେ ଏକ ସେନା ଟ୍ରକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ସଡକ ଦୁର୍ଘଟଣାରେ ଭାରତୀୟ ସେନାର ୧୬ ଜଣ ଯବାନ ପ୍ରାଣ ହରାଇଛନ୍ତି।

ସେନା କହିଛି ଯେ ଦୁର୍ଘଟଣାଗ୍ରସ୍ତ ଗାଡିଟି ଆଜି ସକାଳେ ଚାଟାନରୁ ଥାଙ୍ଗୁ ଆଡକୁ ଯାଇଥିଲା। ଜେମା ଅଭିମୁଖେ ଯିବାବେଳେ ଗାଡିଟି ତୀକ୍ଷ୍ଣ ମୋଡ଼ରେ ଭାରସ୍ୟାମ ହରାଇ ଘାଟିରୁ ତଳକୁ ଖସିପଡିଥିଲା । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଭାରତୀୟ ସେନା କହିଛି ଯେ ଦୁର୍ଭାଗ୍ୟବଶତଃ ଏହି ଦୁର୍ଘଟଣାରେ ତିନିଜଣ ଜୁନିଅର କମିଶନ ଅଫିସର ଏବଂ ୧୩ ଯବାନ ସହିଦ ହୋଇଛନ୍ତି।

ଏହି ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ସେବା ତଥା ପ୍ରତିବଦ୍ଧତା ପାଇଁ ଦେଶ ଗଭୀର କୃତଜ୍ଞ। ପରିବାର ପ୍ରତି ମୋର ସମବେଦନା। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ”

 

Related Articles

Back to top button
WP Twitter Auto Publish Powered By : XYZScripts.com