ଅନ୍ୟାନ୍ୟ

ତିରୋଧାନ ଦିବସରେ ମନେପଡନ୍ତି ମିଶାଇଲ ମ୍ୟାନ ଅବଦୁଲ କଲାମ

ମୋବାଇଲ ନ୍ୟୁଜ୍ , ୨୭/୦୭/୨୦୨୨- ବୁଧବାର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଏପିଜେ ଅବଦୁଲ କଲାମଙ୍କର ତିରୋଧାନ ଦିବସ । ଏହି ମହାନ ବ୍ୟକ୍ତିଙ୍କର ତିରୋଧାନ ଦିବସରେ ମନେପଡେ ତାଙ୍କର ଅମର କୃତିତ୍ୱ । ମାଟ୍ରିକ  ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସେଣ୍ଟ ଯୋଶେଫ୍ କଲେଜରେ ନାଁ ଲେଖାଇଲେ । ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୫୫ରେ ଏରୋସ୍ପେଶ୍ ଇଞ୍ଜିନିୟରିଙ୍ଗ ପଢିବା ପାଇଁ ମାଡ୍ରାସ  ଯାଇ ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ  ବୈଜ୍ଞାନିକ ଭାବେ ଯୋଗ ଦେଲେ । ସେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚର ଭେଇକିଲ (ଏସଏଲଭି-୩) ପ୍ରୋଜେକ୍ଟର ନିର୍ଦ୍ଦେଶକ ଥିଲେ । ୧୯୯୮ ପେଖରାନ୍ -୨ ପରମାଣୁ ବୋମା ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।   ୨୦୦୨ ରୁ ୨୦୦୭ ଯାଏଁ ସେ ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ଏହି ସମୟ  ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ବିଜ୍ଞାନକୁ ଅତି ସରଳ ଭାବେ ବୁଝାଇ ସେମାନଙ୍କ ସହ ସମୟ ଅତିବାହିତ କରୁଥିଲେ । ମହାକାଶ ବିଜ୍ଞାନ ଓ ପ୍ରତିକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନୀତ କରାଯାଇଥିଲା । ୨୦୧୫ ଜୁଲାଇ ୨୭ ତାରିଖରେ ଏକ ସଭାରେ ଭାଷଣ ଦେଉଥିବା ସମୟରେ ଆକସ୍ମିକ ହୃଦଘାତରେ ଅବଦୁଲ କଲାମଙ୍କର ମହାପ୍ରୟାଣ ହୋଇଥିଲା । ତାମିଲନାଡୁ ରାମେଶ୍ୱରମ ଗାଁରେ ଏକ ମୁସଲମାନ ପରିବାରରରେ ୧୯୩୧ ମସିହା ଅକ୍ଟୋବର ୧ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଭାରତର ମିଶାଇଲ ମ୍ୟାନ ବୋଲି କୁହାଯାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com