ଅନ୍ୟାନ୍ୟ

ଭିଣୋଇର ତୀର ମାଡ଼ରେ ଶଳା ଗୁରୁତର

ଭୁବନେଶ୍ୱର, ୨୦/୧୦/୨୦୨୨ –  ପାରିବାରିକ କଳହର କରୁଣ ପରିଣତି l ଭିଣୋଇର ତୀର ମାଡ଼ରେ ଶାଳକ ଗୁରୁତର l ଆହତ ଅବସ୍ଥାରେ ପ୍ରଥମେ ସୋର ମେଡିକାଲ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଫଟାଆମ୍ବ ଗ୍ରାମର ସାଲୁ ସିଂହ ଏବଂ ସେହି ଗ୍ରାମର ତାଙ୍କ ଭିଣୋଇ ମୁଟୁ ସିଂହ ଙ୍କ ସହିତ ଝଗଡା ହୋଇଥିଲା l ଯାହାକୁ କେନ୍ଦ୍ର କରି ଭିଣୋଇ ମୁଟୁ ସିଂ ଝଗଡା ଉତକ୍ଷିପ୍ତ ହୋଇ ଶଳା ସାଲୁ ସିଂହ କୁ ତୀର ମାରିଥିଲେ l ଫଳରେ ସାଲୁଙ୍କ ପିଠିରେ ତୀରଟି ପଶି ଯାଇଥିଲା l ଖବର ପାଇ ସୋର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଭିଣୋଇକୁ ଅଟକ ରଖିଥିବା ଜଣାପଡିଛି l

 

Related Articles

Back to top button
WP Twitter Auto Publish Powered By : XYZScripts.com