ଅନ୍ୟାନ୍ୟ

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ସାପ

   ବୀରଭୂମ, ୧୦/୦୧/୨୦୨୩ –   ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ସାପ । ଫଳରେ ସେହି ଖାଦ୍ୟକୁ ଖାଇବା ଦ୍ୱାରା ପିଲାମାନେ ଅସୁସ୍ଥ ହୋଇ ପଡ଼ିଥିଲେ । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ । ବିଦ୍ୟାଳୟର ଜଣେ କର୍ମଚାରୀଙ୍କ କହିବାନୁସାରେ ରନ୍ଧା ଯାଇଥିବା ଡାଲି କଣ୍ଟେନରରୁ ଏକ ସାପ ପଡ଼ି ଯାଇଥିଲା ।  ଏହି ଖାଦ୍ୟ ପିଲା ଖାଇବା ପରେ ପିଲାମାନଙ୍କର ବାନ୍ତି ହୋଇଥିଲା । ପାଖାପାଖି ୩୦ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କ ଘର ଘେରାଉ କରିବା ସହ ତାଙ୍କ ଗାଡି ଭାଙ୍ଗି ଦେଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com