ଅନ୍ୟାନ୍ୟ

ବିବାହ ଭୋଜିରେ ଫାଟିଲା ଗ୍ୟାସ ସିଲିଣ୍ଡର ,୪ ଜୀବନ୍ତ ଦଗ୍ଧ

ରାଜସ୍ଥାନ: ରାଜସ୍ଥାନର ଜୋଧପୁର ଭୁଙ୍ଗରା ଗାଁରେ ଜୋଧପୁର ଜିଲ୍ଲାର ଭୁଙ୍ଗରା ଗ୍ରାମରେ ଏକ ବିବାହ ଭୋଜିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଛିନ୍ତି । ତେବେ ସମସ୍ତ ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି । ଏତତ୍ ବ୍ୟତୀତ ଆହତ ହୋଇଥିବା ୬୦ ଜଣଙ୍କ ମଧ୍ୟରୁ ୪୨ଜଣଙ୍କ ଅବସ୍ଥା ଗୁରୁତର ଅଛି । ଫଳରେ ସେମାନଙ୍କୁ ଏମଜିଏଚ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com