ଅନ୍ୟାନ୍ୟ

ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା ଅବଧି ବୃଦ୍ଧି: ୨୮ ଯାଏଁ ବଢ଼ିଲା ଅବଧି

() ବିମାନ ଚଳାଚଳ କଟକଣା ଅବଧି ବୃଦ୍ଧି । ଫେବୃଆରୀ ୨୮ ଯାଏଁ ବିମାନ ଚଳାଚଳ ଲାଗିଲା କଟକଣା । କୋଭିଡ୍ ସଂକ୍ରମଣ ତଥା ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦେଖି ବଢ଼ିଲା କଟକଣା ଅବଧି । ଏନେଇ ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କାର୍ଗୋ ଓ ଡିଜିସିଏ ଅନୁମତିପ୍ରାପ୍ତ ବିମାନ ସେବା ଚାଲୁ ରହିବ । ଏହା ସହ କେବଳ ଏୟାର ବବଲ ଅନ୍ତର୍ଗତ ଉଡ଼ାଣ ମଧ୍ୟ ଜାରି ରହିବ ।

ସୂଚନାଯୋଗ୍ୟ, କରୋନା ମହାମାରୀ ଏବେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ମହାମାରୀକୁ ଦୃଷ୍ଟିରେ ଭାରତରେ ଯିବା ଆସିବା କରୁଥିବା ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଗତ ମାର୍ଚ୍ଚ ୨୦୨୦ ଠାରୁ ବନ୍ଦ ରଖାଯାଇଥିବାବେଳେ କେବଳ ଏୟାର ବବଲ ଚୁକ୍ତି ଅନୁଯାୟୀ ସ୍ୱତନ୍ତ୍ର ଉଡ଼ାଣ ପାଇଁ କିଛି ଦେଶ ସହ ଅନୁମତି ରହିଛି । ପୂର୍ବରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଜାନୁଆରୀ ୩୧ ପର୍ଯ୍ୟନ୍ତ ରଖାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮୨୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪୪୧ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୮,୯୬୧ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତ । ଦେଶରେ ଦୈନିକ ପଜିଟିଭିଟି ରେଟ୍୧୫.୧୩ ରହିଥିବାବେଳେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୮୩୧୦୦୦ କୁ ବୃଦ୍ଧି ପାଇଛି, ଯାହାକି ୨୩୨ ଦିନ ମଧ୍ୟରେ ସର୍ବାଧିକ  ।

Related Articles

Back to top button
WP Twitter Auto Publish Powered By : XYZScripts.com