ଅନ୍ୟାନ୍ୟ

ନାତୁଣୀ ବାହାଘର ଖୁସିରେ ନାଚୁଥିବା ବେଳେ ଟଳିପଡିଲେ ଜେଜେମା, ସୋସିଆଲ ମିଡିଆରେ ଭାଇରଲ ହେଉଛି ମୃତ୍ୟୁ ବେଳର ଭିଡିଓ

ଭୁବନେଶ୍ୱର: ‘ଜୀବନର କୌଣସି ଭରସା ନାହିଁ ‘ ମୃତ୍ୟୁ କେତେବେଳେ ଆଉ କେଉଁ ସମୟରେ ଆସିବ ତାହା କେହି କହିପାରିବେ ନାହିଁ। ନିକଟ ଅତୀତରେ ଘଟିଥିବା ଏକ ଘଟଣା ହିଁ ବୟାନ କରୁଛି କହିବା ପଛର ସତ୍ୟତା ।

ନାତୁଣୀଙ୍କ ବିବାହରେ ଖୁସିରେ ନାଚୁଥିବା ସମୟରେ ହୃଦଘାତରେ ଜେଜେମା’ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ସିବନିର ଏହି ଘଟଣା ବୋଲି କୁହାଯାଉଛି। ଭିଡିଓରେ ଜଣେ ବୃଦ୍ଧ ମହିଳା ଷ୍ଟେଜ ଉପରେ ଖୁସିରେ ନାଚୁଥିବାର ନଜର ଆସିଛନ୍ତି।

ନାଚିବା ସମୟରେ ମହିଳା ଜଣକ ଅଧାରୁ ଅଟକି ଯାଆନ୍ତି । କିଏ କଣ ବୁଝିବା ପୂର୍ବରୁ ବୃଦ୍ଧା ଜଣକ ତା’ପରେ ସେ ତଳେ ପଡିଯାନ୍ତି । ଅଚେତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଯାନ୍ତି ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ସେୟାର କରାଯାଉଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com