ଅନ୍ୟାନ୍ୟ

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଜୟ ନାରାୟଣ

ଭୁବନେଶ୍ୱର, ୦୮/୦୨/୨୦୨୩ –    ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏହି ହତ୍ୟାକାଣ୍ଡରେ ଜଣେ ମାମୁଲି ASI ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବ କାହିଁକି ? ନବ ଦାସଙ୍କ ହତ୍ୟାକାଣ୍ଡର ଗୋପାଳ କେବଳ ସୁଟର, କିନ୍ତୁ ହ୍ୟାଣ୍ଡଲର କିଏ ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ପୋଲିସ କାରଣ ଖୋଜୁ ନଥିବା ଅଭିଯୋଗ କରିଛନ୍ତି ଜୟ ନାରାୟଣ ।

ସେହିପରି ଓଡିଶା ପୋଲିସ ତଦନ୍ତ ନାଁରେ ଡ୍ରାମା କରୁଥିବା ଏବଂ ଘଟଣାକୁ ଚାପି ଦେବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଓଡିଶା ସରକାରଙ୍କ ନାଁରେ ଅଭିଯୋଗ ହେଉଥିବା ବେଳେ ଓଡିଶା ପୋଲିସ ତଦନ୍ତ କରିବ । ନ୍ୟାୟ କେମିତି ମିଳିବ । ଓଡିଶା ପୋଲିସ ଉପରେ ମୋର ବିଶ୍ୱାସ ନାହିଁ , ଯାହା ମୁଁ ଆଗରୁ କହିଛି । ସବୁଠାରୁ ବଡ କଥା ହେଉଛି ଏହି ହତ୍ୟାକାଣ୍ଡ ଘଟଣାରେ ବଡ ବଡ ମୁଣ୍ଡ ସାମିଲ ରହିଛନ୍ତି । ତଦନ୍ତ ନାଁରେ ଖାଲି ଡ୍ରାମା କରାଯାଉଥିବା ଅଭିଯୋଗ କରିଛନ୍ତି ଜୟ ନାରାୟଣ ।

Related Articles

Back to top button
WP Twitter Auto Publish Powered By : XYZScripts.com