ଅନ୍ୟାନ୍ୟ

ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର, ୦୯/୦୧/୨୦୨୩ –  ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ରାଜ୍ୟର ୨୧ ସହର ୧୦ ଡିଗ୍ରୀ ତଳେ ରହିଛି । ପ୍ରବଳ ଶୀତ ନେଇ ଆଜି ପାଇଁ ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସୁନ୍ଦରଗଡ଼,  ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳରେ ସର୍ବାଧିକ ଶୀତ ଅନୁଭୂତ ହେଉଛି । ଏହି ସବୁ ଜିଲ୍ଲାରେ ରାତିରେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ମଙ୍ଗଳବାର ପର୍ଯ୍ୟନ୍ତ ସାରା ରାଜ୍ୟରେ ଏଭଳି ଶୀତ ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।

ସବୁଠି ଆହୁରି ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବା ନେଇ ଆକଳନ କରାଯାଉଛି । ରାତିରେ ତାପମାତ୍ରା କମିବା ସହିତ ଶୀତ ବଢିବ । ୨ ଡିଗ୍ରୀ ସହିତ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ହୋଇଛି ସବୁଠୁ ଥଣ୍ଡା ସହର । ସେହିପରି ଜି. ଉଦୟଗିରିରେ ୫ଡିଗ୍ରୀ ତଳେ ରହିଥିବାବେଳେ ଫୁଲବାଣୀରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହେଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com