ଅନ୍ୟାନ୍ୟ

ଯୌନ ପିପାସୁ ପ୍ରଧାନ ଶିକ୍ଷକଙ୍କୁ ୯୦ ବର୍ଷର ଜେଲଦଣ୍ଡ

ଲେଫ୍ରିପଡା, ସୁନ୍ଦରଗଡ, ୦୫/୦୪/୨୦୨୩ –   ଗୁରୁ ଆଉ ଶିକ୍ଷକଙ୍କ ଭିତରେ ଥିବା ସମ୍ପର୍କ ସବୁବେଳ ପାଇଁ ପବିତ୍ର । କିନ୍ତୁ ଏହି ସମ୍ପର୍କରେ ଦାଗ ଲଗାଇଦେଇଛନ୍ତି ଜଣେ ପ୍ରଧାନ ଶିକ୍ଷକ ।  କଳୁଷିତ ହେଇଯାଇଛି ଗୁରୁ ଶିଷ୍ୟଙ୍କ ଭିତରେ ଥିବା ଶାଶ୍ୱତ ସମ୍ପର୍କ । ଏ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ରାୟଡିହି ୟୁପି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦେବେନ୍ଦ୍ର ପଟେଲ ।  ଯାହାଙ୍କ ନାଁରେ ୨୦୧୫ରେ ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଭଳି ସଂଗୀନ ଅଭିଯୋଗ ହୋଇଥିଲା ।

ଏହାର ଶୁଣାଣି କରି ବିଭିନ୍ନ ଅପରାଧରେ ପ୍ରାୟ ନବେ ବର୍ଷର ସଜା ଶୁଣାଇଛନ୍ତି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ବିଭିନ୍ନ ଦଫାରେ ଶୁଣାଯାଇଥିବା ଦଣ୍ଡାଦେଶରେ ଏକକାଳୀନ ଭୋଗିବେ । କେବଳ ସେତିକି ନୁହେଁ ପକସୋ ଆଇନରେ ସମସ୍ତ ଦଫାରେ ୧୦ବର୍ଷ ଜେଲ ସହ ୪୭ ହଜାର ଟଙ୍କା ଜୋରିମାନା ମଧ୍ୟ ଦେବେ ।  ଯଦି ଜୋରିମାନା ନ ଦେଲେ ତାହେଲେ ଆହୁରି ୬ ମାସର ଜେଲ ଦଣ୍ଡାଦେଶ ଭୋଗିବେ ।  ଏହା ସହିତ ପୀଡ଼ିତା ୧୧ ଜଣ ଛାତ୍ରୀଙ୍କୁ ୨୮ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଶୁଣେଇଛନ୍ତି । ଏନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com