ଅନ୍ୟାନ୍ୟ

ଦେହ ବ୍ୟବସାୟ ପାଇଁ ସ୍ତ୍ରୀକୁ ନିଲାମ ଡାକୁଥିଲା ସ୍ୱାମୀ, ବନ୍ଧା ହେଲା

ବେଙ୍ଗାଲୋରୁ () ଖୋଲାଖୋଲି ଦେହ ବ୍ୟବସାୟ ପାଇଁ ପାର୍ଟନର ଆବଶ୍ୟକ କରିବା ଜଣେ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ସ୍ତ୍ରୀର ଆପତ୍ତିଜନକ ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରି ଗରାଖ ଯୋଗାଡ଼ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଉଭୟେ ସ୍ୱାମୀ-ସ୍ତ୍ରୀ ନିଜର ଆପତ୍ତିଜନକ ଫଟୋ  ଓ ଭିଡିଓକୁ ସୋଶାଲ ମିଡିଆରେ ବ୍ୟବହାର କରି ଅର୍ଥ ଯୋଗାଡ଼ କରୁଥିଲେ। ଗିରଫ ଯୁବକ ଜଣକ ହେଉଛନ୍ତି ବେଙ୍ଗାଲୋରୁରୁ  ବିନୟ କୁମାର। ପେଶାରେ ସେ ଜଣେ ଏକ ଇଲେକଟ୍ରିକ୍ ଦୋକାନରେ ସେଲସ୍‌ ମ୍ୟାନ୍‌ ।

ପୁଲିସର କହିବା ଅନୁଯାୟୀ,  ବିନୟ କୁମାର ତାଙ୍କର ଜଣେ ସହଯୋଗୀଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟେ ସୋଶାଲ ମିଡିଆରେ ନିଜର ଅଶ୍ଲୀଳ ଫଟୋ ସେୟାର କରି  ଯୁବକମାନଙ୍କୁ ଫସାନ୍ତି। ଉଭୟେ ସ୍ୱାମୀ ସ୍ତ୍ରୀ ବିଭିନ୍ନ ସୋଶାଲ ମିଡିଆରେ ଆକାଉଣ୍ଟ ଖୋଲି ନଗ୍ନ ଫଟୋ ଓ ଭିଡିଓ ସେୟାର କରି ବେଶ ଅର୍ଥ କମାନ୍ତି। କର୍ଣ୍ଣାଟକର  ଦକ୍ଷିଣ ପୂର୍ବ ଡିସିପି  ଶ୍ରୀନାଥ ମହାଦେବ କହିଛନ୍ତି ଯେ, ଉକ୍ତ ଦମ୍ପତ୍ତି ସୋଶାଲ ମଡିଆ ମେସେଜ୍‌ ସେୟାର କରି ଦେହ ବ୍ୟବାସାୟ ପାଇଁ ଡିଲ କରନ୍ତି । ଯଦି ଚୁକ୍ତିରେ ଗରାଖ ରାଜି ହୁଏ ତେବେ କଥା ଆଗକୁ ବଢ଼େ ।  ଅନେକ ସମୟରେ ଳୋକଙ୍କୁ ସଚେତନ କରି  ନ୍ୟୁଡ୍‌ ଫଟୋ ଏବଂ ଅଶ୍ଲୀଳ ଭିଡିଓ ପୋଷ୍ଟ ନ କରିବାକୁ ଆମେ ଅନୁନୁରୋଧ କରିଛୁ ବୋଲି ଶ୍ରୀନାଥ ମହାଦେ କହିଛନ୍ତି।

ତେବେ ଆଇଟି ଆକ୍ଟ ଅଧିନରେ ଥାନାରା ମାମଲା ରୁଜୁ ହୋତଛି। ତେବେ ଲୋକେ ସେହିଭଳି ଆପତ୍ତିଜନକ ମେସେଜ୍‌କୁ ନେଇ ଅଭିଯୋଗ କରିଥିଲେ। ଖବର ପାଇ ସାଇବର  ଇକୋନୋମିକ ଏବଂ ନାର୍କୋଟିକ୍‌ ପୁଲିସ ନିଜ ଆଡ଼ୁ ସୁମୋଟୁ ମାମଲା  ରୁଜୁ କରିଥିଲେ। । ଏହା ପରେ ପୁଲିସ ତଦନ୍ତ  ଆରମ୍ଭ କରିଛି। ଏମିତିକି ଉକ୍ତ ଦମ୍ପତ୍ତି ସେୟାର କରିଥିବା  କିଛି ଆପତ୍ତି ଜନକ ଫଟୋକୁ ଲୋକେ ବେଙ୍ଗାଲୋର ପୁଲିସକୁ ଟ୍ୟାଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com