ଅନ୍ୟାନ୍ୟ

ପୋଖରୀ କୂଳରେ ନବଜାତଙ୍କ ମୃତଦେହ

ଢେଙ୍କାନାଳ, ୧୬/୦୯/୨୦୨୨-  ପୋଖରୀ କୂଳରେ ନବଜାତଙ୍କ ମୃତଦେହ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାବେଳକେ ତିନି ତିନିଟି ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି ଢେଙ୍କାନାଳ ସଦର ଥାନା ପୋଲିସ । ଶୁକ୍ରବାର ଇନ୍ଦିପୁର ଗ୍ରାମ ନିକଟ ନଟା ପୋଖରୀ କୂଳରେ ତିନି ନବଜାତ ଶିଶୁଙ୍କ ମୃତଦେହ ପଡିଥିବା ଦେଖି ଗ୍ରାମବାସୀ ସଦର ଥାନାକୁ ଖବର ଦେଇଥିଲେ ।

ଏହି ମୃତ ଶିଶୁଗୁଡିକ କାହାର, କିଏ, କାହିଁକି ଏପରି ଭାବେ ପକାଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାରେ ତନାଘନା ଆରମ୍ଭ କରିଛି । ସମସ୍ତ ନବଜାତକ ପ୍ରିମ୍ୟାଚୁଅର ହୋଇଥିବାରୁ ସେମାନେ ପୁଅ କି ଝିଅ ତାହା ଜଣାପଡୁ ନାହିଁ । ତେଣୁ ଲିଙ୍ଗ ଯାଞ୍ଚ ପାଇଁ ପୋଲିସ ମୃତଦେହ ଗୁଡିକୁ ଫରେନସିକ୍ ଲାବ୍ରୋଟୋରୀକୁ ପଠାଇଛି । ଆଜିକାଲି ସନ୍ତାନଟିଏ ପାଇବାପାଇଁ ଲୋକେ ବିଭିନ୍ନ ପ୍ରକାର ଆଧୁନିକ ଚିକିତ୍ସା ପ୍ରଣାଳୀ ଆପଣାଉ ଥିବାବେଳେ ଏହି ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com