ଅନ୍ୟାନ୍ୟ

ଭିଜିଲାନ୍ସ ରେଡ୍‌ ବେଳେ ଠାବ ହେଲା ୧କୋଟି ୩୬ଲକ୍ଷ ଟଙ୍କା ନଗଦ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍‌ସ ଇତିହାସରେ ରେଡ୍‌ ବେଳେ ରେକର୍ଡ କ୍ୟାସ ଜବତ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରେ ରେଡ୍‌ ବେଳେ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି । ଯାହା ରାଜ୍ୟରେ ରେକର୍ଡ । ଏଥିସହ ୧୨ଶହ ଗ୍ରାମ ସୁନା ଓ ୪କୋଟି ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି । ଆଜି ଚତୁର୍ଥ ଦିନରେ ଆଶିଷ ଦାସଙ୍କ ମାଲକାନଗିରି ଓ କଟକ ତ୍ରିଶୁଳିଆ ସ୍ଥିତ ଘରେ ଭିଜିଲାନ୍‌ସ ରେଡ୍ କରୁଛି ।

ସର୍ଚ୍ଚ ବେଳେ ୧କୋଟି ୧୫ଲକ୍ଷ ଟଙ୍କା ଓ ୬୩୨ ଗ୍ରାମ ସୁନା ଜବତ କରାଯାଇଛି । ପୂର୍ବରୁ ମାଲକାନଗିରିରୁ ୨୧ଲକ୍ଷ ୭୫ହଜାର ଟଙ୍କା ଓ ୬୦୨ ଗ୍ରାମ ସୁନା ଜବତ ହୋଇଥିଲା । ଏସବୁକୁ ମିଶାଇଲେ ମୋଟ୍‌ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି । ଯାହା ରାଜ୍ୟ ଭିଜିଲାନ୍‌ସ ଇତିହାସରେ ସର୍ବାଧିକ । ରେଡ୍‌ ବେଳେ ୧୨ଟି ବ୍ୟାଙ୍କ ଆକାଉଣ୍ଟ ନେଇ ଯାଞ୍ଚ କରାଯାଇଛି । ଆହୁରି ଅନେକ ବ୍ୟାଙ୍କ ଆକାଉଣ୍ଟ ଓ ୨ଟି ବ୍ୟାଙ୍କ ଲକରରେ ଯାଞ୍ଚ ହେବ। ତେଣୁ ଜବତ ସଂପତ୍ତି ପରିମାଣ ଆଗକୁ ଆହୁରି ବଢିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com