ଅନ୍ୟାନ୍ୟ

୨୦୨୪ରେ ନବୀନଙ୍କୁ ଶାସନରୁ ହଟାଇବୁ : ଜୟନାରାୟଣ

ଭୁବନେଶ୍ୱର, ୨୦/୦୯/୨୦୨୨-   ଏବେ ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି, ୨୦୨୪ରେ ଫସଲ କାଟିବୁ । ୨୦୨୪ରେ ନବୀନଙ୍କୁ ଶାସନରୁ ହଟାଇବୁ । ଏମିତି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଆଉ ଜୟନାରାୟଣଙ୍କ ଏହି ବୟାନ ଏବେ ଓଡ଼ିଶା ରାଜନୀତିକୁ ସରଗରମ କରିଛି । ୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ପ୍ରକାଶ କରିଛନ୍ତି ଜୟନାରାୟଣ ।

ଏଭଳି ଦମ୍ଭୋକ୍ତି ପଛରେ ରହିଛି ବିଜେପିର ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଦିଲ୍ଲୀରେ ତାଙ୍କର ଭେଟଘାଟ । ଦୀର୍ଘ ୧ ଘଣ୍ଟାର ଆଲୋଚନାରେ ସେ ଓଡ଼ିଶା ବିଜେପିର ସ୍ଥିତି ବାବଦରେ ଅବଗତ କରିଛନ୍ତି ।  ଏହି ସ୍ଥିତିରେ ସୁଧାର ଆଣି କିଭଳି ସରକାର ଗଢାଯିବ ସେନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଠାରୁ ସହଯୋଗର ପ୍ରତିଶ୍ରୁତି ମିଳିଛି । ଆଗକୁ ଓଡ଼ିଶାରେ ସଙ୍ଗଠନକୁ କିଭଳି ମଜବୁତ କରାଯିବ ଓ ମିଶନ-୨୦୨୪ ପାଇଁ ଋଣନୀତି ପ୍ରସ୍ତୁତ ହେବ ସେ ବାବଦରେ ଶାହା ଓ ନଡ୍ଡାଙ୍କ ଠାରୁ ପରାମର୍ଶ ନିଆଯିବ ବୋଲି କହିଛନ୍ତି ଜୟନାରାୟଣ ।

 

Related Articles

Back to top button
WP Twitter Auto Publish Powered By : XYZScripts.com