ଅନ୍ୟାନ୍ୟ

ବିଧାନସଭାରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗ

ଭୁବନେଶ୍ୱର, ୦୧/୧୨/୨୦୨୨-  ଚଳିତ ବିଧାନସଭାର ଶୀତ ଅଧିବେଶନରେ ପୁଣି ଉଠିଛି ମହାନଦୀ ପ୍ରସଙ୍ଗ । ଗୁରୁବାର ୮ମ ଦିନରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ଚାଲିଥିବା ବେଳେ ମହାନଦୀ ଜଳ ପ୍ରବାହ କମିବାକୁ ନେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ପ୍ରଶ୍ନ କରିଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଅଣମୌସୁମୀ ସମୟରେ ଓଡ଼ିଶାକୁ ଜଳ ପ୍ରବାହ କମୁଛି । ସେହି ସମୟରେ ଛତିଶଗଡ଼ରେ ଯଥେଷ୍ଟ ପାଣି ଥିଲେ ମଧ୍ୟ ଓଡ଼ିଶାରେ ଜଳ କମ୍ ରହୁଛି । ଦୀର୍ଘ ୪ ବର୍ଷ ହେବ ରାୟ ଆସି ପାରୁନାହିଁ ।

ମହାନଦୀରେ ଜଳ କମିବା ଦ୍ୱାରା ଡ୍ୟାମରେ ବିଦ୍ୟୁତ ସୃଷ୍ଟି କରିବାରେ ସମସ୍ୟା ଉପୁଜୁଛି । ୧୯୯୧ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ହୀରାକୁଦ ଠାରେ ଜଳପ୍ରବାହ ୧.୯୨ ନିୟୁତ ଏକର ଫୁଟ ରହିଥିଲା । ତେବେ ୨୦୦୫ ରୁ ୨୦୧୫ ପର୍ଯ୍ୟନ୍ତ ପ୍ରବାହ ୧.୨୫୨ ନିୟୁତ ଏକର ଫୁଟକୁ କମିଥିଲା । ସେହିପରି ୨୦୧୬-୧୭ ମସିହାରୁ ୨୦୨୧-୨୨ ପର୍ଯ୍ୟନ୍ତ ଜଳପ୍ରବାହ ୧.୧୮୭ ନିୟୁତ ଏକର ଫୁଟକୁ କମିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com