ଅନ୍ୟାନ୍ୟ

ଜୟନ୍ତୀ ଥିଲେ ନାରୀ ସଶକ୍ତିକରଣର ଅଗ୍ରଦୂତ – ଗଞ୍ଜାମ ଜିଲ୍ଲା କଂଗ୍ରେସ

ବ୍ରହ୍ମପୁର, ୩୦ /୦୯/୨୦୨୨-   ପୂର୍ବତନ ସାଂସଦ, ଜାତୀୟ ମହିଳା କମିସନରର ପ୍ରଥମ ଅଧକ୍ଷା  ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ଗଞ୍ଜାମ ଜିଲ୍ଲା କଂଗ୍ରେସ । ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯାଳୟ ଠାରେ ଗୁରୁବାର ଅନୁଷ୍ଠିତ ଏହି ଶୋକ ସଭାରେ ବକ୍ତାମାନେ ଜୟନ୍ତୀ ପଟ୍ଟନାୟକଙ୍କ ବହୁମୁଖି ପ୍ରତିଭା ବିଷୟରେ ଆଲୋଚନା କରିବାସହ ଗଞ୍ଜାମର ସୁଯୋଗ୍ୟ ଝିଅ ବାସ୍ତବରେ ନାରୀ ସଶକ୍ତିକରଣର ଅଗ୍ରଦୂତ ଥିଲେ ବୋଲି କହିଥିଲେ ।

ଜୟନ୍ତୀ ପଟ୍ଟନାୟକ ବ୍ରହ୍ମପୁର ସାଂସଦ ଥିବା ବେଳେ ଜନ ହିତକର କାମ ଓ ଲୋକଙ୍କ ସହ ତାଙ୍କ ସମ୍ପର୍କକୁ ବକ୍ତାମାନେ ଆଲୋଚନା କରିଥିଲେ । ଏହି ସଭାରେ ଗୋପାଳପୁରର ପୂର୍ବତନ ବିଧାୟକ ତ୍ରିନାଥ ବେହେରା ସଭାପତିତ୍ୱ କରିଥିଲେ । ଏହାସହ ପିସିସି ସଭ୍ୟ ପୀତବାସ ପଣ୍ଡା, ବୃନ୍ଦାବନ ଖଟେଇ, ମହେଶ୍ୱର ପାତ୍ର, ପଦ୍ମ ସାହୁ, ଯୁବ କଂଗ୍ରେସ ସଭାପତି ସନାତନ ସାହୁ, ନିରଞ୍ଜନ ପାଣିଗ୍ରାହୀ ,ଏସ.ଦଣ୍ଡପାଣି ପାତ୍ର , ବାଲା କ୍ରିଷ୍ଣା ଗୌରୀ ଦାସ ଶଙ୍କର ଅଧିକାର, ବୁସି ବାବୁ, ଗୀତାଞ୍ଜଳି ସାହୁ, ବନମାଳି ସାହୁ ଏବଂ ସୁଜ୍ଞାନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com