ଅନ୍ୟାନ୍ୟ

ଜଙ୍ଗଲ ବିଭାଗ ଚାକିରି 24×7

 ଭୁବନେଶ୍ୱର, ୧୬/୦୫/୨୦୨୩ –   ପଶୁପକ୍ଷୀମାନଙ୍କୁ ଆମେ ବିଭିନ୍ନ ଅବସ୍ଥାରେ ରହିଥିବାର ଦେଖିଥାଉ । ସେଗୁଡିକ ଭିତରୁ କିଛି ମଜାଦାର ହୋଇଥିବାବେଳେ ଆଉ କିଛି ହୃଦୟ ବିଦାରକ ମଧ୍ୟ ହୋଇଥାଏ । ଯେତେବେଳେ ଏମାନେ କୌଣସି ଅସୁବିଧାରେ ପଡିଥାନ୍ତି ସେହି ସମୟରେ ମଣିଷର ସାହାଯ୍ୟ ଆବଶ୍ୟକ କରିଥାନ୍ତି । ଇଣ୍ଟରନେଟରେ ଏପରି ବହୁତ ଭିଡିଓ ଭରି ରହିଛି । ଯାହା ଆହତ କିମ୍ବା ଅସହାୟ ପ୍ରାଣୀଙ୍କର ଯତ୍ନ ଜଙ୍ଗଲ ଅଧିକାରୀମାନେ ନେଉଥିବାର ଦେଖିବାକୁ ମିଳେ ।

ତେବେ ନିକଟରେ ସମାନ ଢଙ୍ଗର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ଫଶି ରହିଥିବା ଚିତା ବାଘକୁ ଆଣି ଜଙ୍ଗଲରେ ଛଡାଯାଉଛି । ଏହି ଭିଡିଓଟି ଏକ ରାତି ସମୟର । ଏଥିରେ ଆପଣ ଦେଖିବାକୁ ପାଇବେ ଯେ, ଗୋଟିଏ ଗାଡିର ଡାଲାରେ ଏକ ଚିତାକୁ ଛାଡିବାକୁ ଚେଷ୍ଟା କରାଯାଉଛି । କେଇ ସେକେଣ୍ଡର ଚେଷ୍ଟାପରେ ଗାଡି ଭିତରେ ଥିବା ପିଞ୍ଜରାକୁ ଖୋଲାଯାଉଛି ଆଉ ଏହା ପରେ ବାଘଟି ମୁକ୍ତ ହେଉଛି ।

ପିଞ୍ଜରା ଖୋଲିବାପରେ ଚିତାଟି ତୁରନ୍ତ ଗାଡିରୁ ଡେଇଁ ଆଖି ପିଛୁଳାକେ ଜଙ୍ଗଲ ଭିତରକୁ ଚାଲିଯାଉଛି । ତେବେ ଏହି ଭିଡିଓକୁ ଆଇଏଫଏସ ପରବିନ କାସୱାନ ଛାଡିଛନ୍ତି । ଏଥିସହିତ ସେ ଲେଖିଛନ୍ତି ଜଙ୍ଗଲ ହେଉଛି ଏକ 24×7 କାର୍ଯ୍ୟ । ଏହି ଭିଡିଓ ଏବେ ଇଣ୍ଟରନେଟରେ ବେଶ୍ ଭାଇରାଲ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com