ଅନ୍ୟାନ୍ୟ

୩୦ ରୁଷ ରାଷ୍ଟ୍ରଦୂତଙ୍କୁ ନିଜ ଦେଶରୁ ନିଷ୍କାସିତ କଲା ଇଟାଲୀ, ରୁଷ କହିଲା- ପରିଣାମ ଭୋଗିବ

ନୂଆଦିଲ୍ଲୀ : ଇଟାଲୀ ସୁରକ୍ଷାଜନିତ ଚିନ୍ତା କାରଣରୁ ୩୦ ରୁଷ ରାଜଦୂତଙ୍କୁ ନିଜ ଦେଶରୁ ନିଷ୍କାସିତ କରିଛି। ରାଷ୍ଟ୍ରଦୂତଙ୍କୁ ନିଷ୍କାସିତ କରାଯାଉଥିବା ଜଣାଇ ଦେବା ପାଇଁ ଇଟାଲୀ ରୁଷର ରାଜଦୂତଙ୍କୁ ତଲବ କରିଛି। ରୁଷ ସରକାରୀ ନ୍ୟୁଜ୍ ଏଜେନ୍ସି ଟାସ୍ ଇଟାଲୀର ବୈଦେଶିକ ମନ୍ତ୍ରୀ ଲୁଇଗି ଡି ମାଓଙ୍କ ସୂତ୍ରରୁ ଏହି ଖବର ଦେଇଛି।
ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଅନେକ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଏହି ପରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହା ପୂର୍ବରୁ ପୋଲାଣ୍ଡ ପ୍ରାୟ ୪୫ ରୁଷ ରାଷ୍ଟ୍ରଦୂତଙ୍କୁ ଗୁପ୍ତଚର ଅଭିଯୋଗରେ ନିଷ୍କାସିତ କରିଥିଲା। ଏବେ ଏହାକୁ ଅନୁସରଣ କରିଛି ଇଟାଲୀ। ୟୁକ୍ରେନ ଉପରେ ଆକ୍ରମଣ ପରେ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଇଟାଲୀ ଏହି କଡା ପଦକ୍ଷେପ ନେଇଛି।  ମାମଲାକୁ ନେଇ ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି, ରୁଷ ଏହାର ଉଚିତ୍ ଜବାବ ଦେବ। ଇଟାଲୀକୁ ଏହାର ପରିଣାମ ଭୋଗିବାକୁ ପଡିବ।

Related Articles

Back to top button
WP Twitter Auto Publish Powered By : XYZScripts.com