ଅନ୍ୟାନ୍ୟ

ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ଵାମୀ ଅଟକ

ବ୍ରହ୍ମପୁର ଅଫିସ ; ୦୪/୦୯ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ । ୩୬ ଘଣ୍ଟା ପରେ ଏମକେସିଜିରେ ହେଲା ଶବ ବ୍ୟବଛେଦ । ମୃତ ମହିଳା ଜଣଙ୍କ ​‌ହେଲେ ବ୍ରହ୍ମପୁର ହରିଜନ ସାହିର ବିପିନ ତୁଲୁକାଲିଙ୍କ ଝିଅ ତେଜସ୍ବିନୀ ତୁଲୁକାଲି । ପୁଲିସ ପକ୍ଷରୁ ଶବ ବ୍ୟବଛେଦ ପାଇଁ ପଠାଯାଇନଥିବା ବେଳେ, ମୃତ ମହିଳାଙ୍କ ପରିବାର ଲୋକେ ଅଟୋରେ ଏମକେସିଜିକୁ ଶବ ଆଣିବା ଭଳି ଗୁରୁତର ଅଭିଯୋଗ ହୋଇଛି । ତେଜସ୍ବିନୀଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି ଦେଇଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୁଲିସ ତେଜସ୍ୱିନୀଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନାପ୍ରକାରେ, ଏମକେସିଜି ମେଡିକାଲରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ବିପିନ ତୁୁଡୁକାଲିଙ୍କ ଝିଅ ତେଜସ୍ୱିନୀଙ୍କ ବିବାହ ଆଜକୁ ୪ ମାସ ତଳେ ବଡଗଡ଼ ଥାନା ଅଞ୍ଚଳର ଯୁବକ ନାଗେଶ୍ୱର ବେହେରାଙ୍କ ସହ ହୋଇଥିଲା ।  ନାଗେଶ୍ୱର ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ବିବାହ ପରଠାରୁ ନାଗେଶ୍ୱର ଅନେକ ସମୟରେ ମଦ୍ୟପାନ କରି ତେଜସ୍ୱିନୀଙ୍କୁ ମାରପିଟ କରୁଥିଲେ । ​ଯାହାକୁ ନେଇ ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଏହା ଭିତରେ ତେଜସ୍ୱିନୀ ୨ ମାସ ଗର୍ଭବତୀ ହୋଇଥିଲେ ।  ୫ ଦିନ ତଳେ ନାଗେଶ୍ୱର ମଦ ପିଇ ଆସି ତେଜସ୍ୱିନୀଙ୍କୁ ଗାଳି ଗୁଲଜ କରିଥିଲେ । ମଙ୍ଗଳବାର ନାଗେଶ୍ୱର ତେଜସ୍ବିନୀଙ୍କ ବାପଘର ଲୋକଙ୍କୁ ଫୋନ କରି ତୁମ ଝିଅ ମରି ଯାଇଛି ବୋଲି କହିଥିଲେ । ଏହା ଶୁଣି ପରିବାର ଲୋକେ ତୁରନ୍ତ ବଡଗଡ ଯାଇଥିଲେ । ତେବେ ପରିବାର ଲୋକେ ପହଞ୍ଚିବା ପୂର୍ବରୁ ନାଗେଶ୍ବର ତେଜସ୍ୱିନୀଙ୍କୁ ବଡଗଡ ମେଡିକାଲରେ ଛାଡି କେଉଁଆଡେ ଚାଲିଯାଇଥିଲେ । ବ୍ୟବଚ୍ଛେଦ ଶେଷ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ଝିଅକୁ ନାଗେଶ୍ବର ମାରି ଦେଇଥିବା ବିପିନ ଅଭିଯୋଗ କରିଛନ୍ତି । ବ୍ୟବଛେଦ ରିପୋର୍ଟ ଆସିବା ପରେ ତେଜସ୍ବିନୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com