ଅନ୍ୟାନ୍ୟ

ରାଜ୍ୟରେ ଖୋଲିବ ଅଧିକ ଡିଗ୍ରୀ କଲେଜ

ଭୁବନେଶ୍ୱର, ୧୦/୧୨/୨୦୨୨ –    ରାଜ୍ୟରେ ଖୋଲିବ ଅଧିକ ସଂଖ୍ୟକ ନୂଆ ଡିଗ୍ରୀ କଲେଜ । ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ନୂଆ ଡିଗ୍ରୀ କଲେଜ ଓ ପ୍ରଫେସନାଲ୍ କଲେଜ ଖୋଲିବାକୁ ଅନୁମତି ଦିଆଯିବ । ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୨୦୨୦-୨୧ରୁ ୫ ବର୍ଷ ପାଇଁ ନୂଆ ଡିଗ୍ରୀ କଲେଜ ଓ ପ୍ରଫେସନାଲ୍ କଲେଜ୍ ଖୋଲିବାକୁ ମନା କରା ଯାଇଥିଲା । ତେବେ ଏହି ନିଷ୍ପତିକୁ ପ୍ରତ୍ୟାହାର କରିବା ପାଇଁ ସମସ୍ତ ସଦସ୍ୟ ଏକମତ ହୋଇଛନ୍ତି ।

ଏହା ଛଡ଼ା ସିଟ୍ ସଂଖ୍ୟା ବୃଦ୍ଧି, ନୂଆ କୋର୍ସ ସହିତ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ମଧ୍ୟ ଅନୁମତି ମିଳିବ । ଏ ସଂକ୍ରାନ୍ତରେ ଆବେଦନ ଆସିଲେ ୧୫ ଦିନ ମଧ୍ୟରେ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମିଳିତ ଯାଞ୍ଚ କମିଟିରେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହ ବିଶ୍ୱବିଦ୍ୟାଳୟର ଜଣେ ପ୍ରତିନିଧି ରହିବେ । ବିଶ୍ୱବିଦ୍ୟାଳୟର ପ୍ରତିନିଧି ଉପଲବ୍ଧ ନ ହେଲେ ବି ଯାଞ୍ଚ ପ୍ରକ୍ରିୟା ଅଟକିବ ନାହିଁ ବୋଲି କୁହାଯାଇଛି । ସରକାରଙ୍କ ଅନୁମତି ପାଇବା ପରେ କଲେଜଗୁଡିକୁ ଅନୁବନ୍ଧିତ ପାଇଁ ଆବେଦନ କରିବାକୁ ଏହି କମିଟି କହିଛି । ଗତ ଅକ୍ଟୋବର ଓ ନଭେମ୍ବରରେ ପୋର୍ଟାଲ ଜରିଆରେ ହୋଇଥିବା ଆବେଦନକୁ ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com