ଅନ୍ୟାନ୍ୟ

ପଦ୍ମପୁର ଉପନିର୍ବାଚନରେ ସ୍ଥିତି ପରଖୁଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ

ପଦ୍ମପୁର, ୨୯/୧୧/୨୦୨୨-   ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ । ନିର୍ବାଚନୀ ପ୍ରଚାରରେ କମ୍ପୁଛି ପଦ୍ମପୁର । ଭୋଟ ହାତେଇବା ପାଇଁ ୩ ପ୍ରମୁଖ ଦଳ ଜୋରସୋର ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ସ୍ଥିତି ପରଖିବାକୁ ସେଠାରେ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଏହା ସହ ବରଗଡ ଜିଲ୍ଳାପାଳଙ୍କ ସହିତ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଏହି ଗସ୍ତ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଯେଉଁ ସବୁ ଅଭିଯୋଗ ରହିଛି, ସବୁ ଦିଗକୁ ନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ସେସବୁ ଉପରେ ପଦକ୍ଷେପ ନିଆଯିବ ।  ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ସାରିବା ଉପରେ ପ୍ରାଥମିକ ଦିଆଯାଉଛି । ନିର୍ବାଚନକୁ ସୁରଖୁରୁ ସଂପନ୍ନ କରିବାକୁ କେନ୍ଦ୍ରୀୟ ଫୋର୍ସ ଏବଂ ଓଡିଶା ପୋଲିସର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com