ଅନ୍ୟାନ୍ୟ

ଅର୍ଚ୍ଚନା ନାଗକୁ ଜାମିନ

ଭୁବନେଶ୍ୱର, ୧୧/୦୪/୨୦୨୩ –   ଅର୍ଚ୍ଚନା ନାଗକୁ ଜାମିନ । ନୟାପଲ୍ଲୀ ଥାନା ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ତେବେ ତଦନ୍ତରେ ସହଯୋଗ କରିବା ସହିତ ବାହାରକୁ ନଯିବା ପାଇଁ ସର୍ତ୍ତ ରଖିଛନ୍ତି କୋର୍ଟ ।ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ଅଭିଯୋଗରେ ନୟାପଲ୍ଲୀ ଥାନାରେ ମାମଲା ଦାୟର କରିଥିଲେ ଅକ୍ଷୟ ।

ଆଜି ତାଙ୍କୁ ହାଇକୋର୍ଟରୁ କେବଳ ଗୋଟିଏ ମାମଲାରେ ଜାମିନ ମିଳିଛି । ତେବେ ଅର୍ଚ୍ଚନାଙ୍କ ନାମରେ ଏକାଧିକ ମାମଲା ରହିଥିବାରୁ ସେ ଏବେ ଜେଲରୁ ବାହାରିବେନି ବୋଲି ଜଣାପଡ଼ିଛି । ଗତବର୍ଷ ଅକ୍ଟୋବର ମାସରେ ଅର୍ଚ୍ଚନା ଗିରଫ ହୋଇଥିବାବେଳେ ୧୭ରେ ତାଙ୍କର ଜାମିନକୁ SDJM କୋର୍ଟ ନାମଞ୍ଜୁର କରିଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com