ଅନ୍ୟାନ୍ୟ

କେମିତି ଥିଲା ଦୀପାଳିଙ୍କ ନାମାଙ୍କନ ଦାଖଲ ?

ଶଙ୍ଖମୟ ଝାରସୁଗୁଡା, ନାମାଙ୍କନ ବେଳେ ଦୀପାଳିଙ୍କ ହାଇ ଭୋଲଟେଜ୍ ରାଲି

ଝାରସୁଗୁଡ଼ା, ୧୮ / ୦୪/ ୨୦୨୩ –   ଆସନ୍ତା ମେ ୧୦ରେ ଝାରସୁଗୁଡା ଉପ ନର୍ବାଚନ । କିନ୍ତୁ ଏବେ ଖରା ତାତିଠୁ ବଢିଗଲାଣି ନିର୍ବଚନି ତାତି । ଆଜି ବି.ଜେ.ଡି ଟିକେଟରେ ନାମାଙ୍କନ ଦାଖଲ କରିଛନ୍ତି ଦୀପାଳି ଦାସ । ନାମାଙ୍କନ ଦାଖଲ ସମୟରେ ଦୀପାଳିଙ୍କ ସହ ମା’ ମିନତି ଦାସଙ୍କ ସହିତ ବିଜେଡିର ଅନେକ ହେଭିୱେଟ ଉପସ୍ଥିତ ଥିଲେ ।

ନାମାଙ୍କନ ଭରିବା ପୂର୍ବରୁ ସରବାହାଲସ୍ଥିତ ବାସଭବନରୁ ବାହାରି ସୁନାରୀମୁଣଅଡା ସ୍ଥିତ ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ତା’ପରେ ମନମୋହନ ସ୍କୁଲରୁ ବିରାଟ ପଟୁଆରରେ ବାହାରି ବିଜେଡି ତାର ଶକ୍ତି ପଦର୍ଶନ କରିଥିଲା । ଏଥିରେ ଝାରସୁଗୁଡା ସହରାଞ୍ଚଳ, ବେଲପଡା, ଓ ବ୍ରଜରାଜନଗର ସମେତ ଲଖନୁର ଅଞ୍ଚଳରୁ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଥିଲେ । ଏହାପରେ ବିଭିନ୍ନ ଛକ ଦେଇ ଶୋଭାଯାତ୍ରାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଦୀପାଳି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com