ଅନ୍ୟାନ୍ୟ

ସ୍କୁଲରେ ଆଖିବୁଜା ଗୁଳିମାଡ, ୩ ମୃତ ୧୧ ଆହତ

ବ୍ରାଜିଲରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ସେମିଅଟୋମେଟିକ୍ ପିସ୍ତଲରେ ସଜ୍ଜିତ ଏବଂ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧିଥିବା ଜଣେ ବ୍ୟକ୍ତି ଶୁକ୍ରବାର ଦିନ ଦକ୍ଷିଣ-ପୂର୍ବ ବ୍ରାଜିଲର ଦୁଇଟି ବିଦ୍ୟାଳୟରେ ପଶି ୩ ଜଣଙ୍କୁ ଗୁଳି କରି ହତ୍ୟା କରିଛି । ଏହି ଘଟଣାରେ ୧୧ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ଗୁଳିକାଣ୍ଡ ହୋଇଥିବା ଉଭୟ ବିଦ୍ୟାଳୟ ଏସ୍ପିରିଟୋ ସାଣ୍ଟୋ ରାଜ୍ୟର ଆରାକ୍ରୁଜ ସହରରେ ଅବସ୍ଥିତ । ମୃତକଙ୍କ ମଧ୍ୟରୁ ୨ ଜଣ ଶିକ୍ଷକ ହୋଇଥିବାବେଳେ ଜଣେ ଛାତ୍ର ରହିଛି । ଅଭିଯୁକ୍ତ ସୁଟର ଏହି ଘଟଣା ଘଟାଇବା ପରେ ଫେରାର ହୋଇଯାଇଛି ।ସିସିଟିଭି କ୍ୟାମେରା ଫୁଟେଜରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଏକ ତାଲା ଭାଙ୍ଗି ଶିକ୍ଷକମାନେ ବସୁଥିବା ଲାଉଞ୍ଜରେ ପ୍ରବେଶ କରି ଗୁଳି ଚଳାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com