ଅନ୍ୟାନ୍ୟ

ବିପଦରେ ଶଙ୍କରାଚାର୍ଯ୍ୟଙ୍କ ମଠ

ଉତ୍ତରାଖଣ୍ଡ, ୦୯/୦୧/୨୦୨୩ –   ବିପଦରେ ଶଙ୍କରାଚାର୍ଯ୍ୟଙ୍କ ମଠ । ମଠକୁ ଛାଡ଼ି ସେହିଭଳି ୬୦୩ଟି ଘରେ ବଡ଼ ବଡ଼ ଫାଟ ଦେଖାଯାଇଛି । NDRF ଟିମ୍ ସହ ମିଶି ଉତ୍ତରାଖଣ୍ଡର ଚୋମୋଲି ପ୍ରଶାସନ ଅସୁରକ୍ଷିତ ଘର ଚିହ୍ନଟ କରୁଛନ୍ତି । ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଘରେ ଏବେ ଚିହ୍ନ ଲଗାଯାଉଛି । ଏପର୍ଯ୍ୟନ୍ତ ଗଲାଣି । ବଡ଼ ବଡ଼ ନିର୍ମାଣ ପାଇଁ  ଏହି ଘର ଗୁଡ଼ିକ ବିପଦରେ ପଡ଼ିଛି ।

୬୫ ପରିବାରକୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରକ୍ରିୟା ଜାରି ରହିଛି । ୧୦୦ଟି ଘର ଏମିତି ଅଛି ଯେକୌଣସି ସମୟରେ ଧଶିଯିବ । ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଯୋଶୀମଠ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ପ୍ରଭାବିତ ପରିବାର ସହ ସାକ୍ଷାତ କରି ସମସ୍ତ ବିସ୍ଥାପିତଙ୍କ ପୁର୍ନବସତି ପାଇଁ ଜମି ଚିହ୍ନଟ ହେବ ବୋଲି କହିଥିଲେ । ଜମି ଚିହ୍ନଟ ବେଳେ ଭୂସ୍ଖଳନ ନେଇ ଯାଞ୍ଚ କରିବାକୁ ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣକୁ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ । ଏଥିସହ ପ୍ରଭାବିତଙ୍କୁ ଆବଶ୍ୟକୀୟ ସାମଗ୍ରୀ ଓ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com