ଅନ୍ୟାନ୍ୟ

ସବ୍ ରେଜିଷ୍ଟ୍ରାର ଅଫିସ୍ ସମ୍ମୁଖରେ ୫ ଦଫା ଦାବିରେ ଦଲିଲ ଲେଖକଙ୍କ କଲମ ଛାଡ଼ ଆନ୍ଦୋଳନ

ବ୍ରହ୍ମପୁର, ୧୫/୦୯/୨୦୨୨ – ବ୍ରହ୍ମପୁର ସବ୍ ରେଜିଷ୍ଟ୍ରାର ଅଫିସ୍ ସମ୍ମୁଖରେ ୫ ଦଫା ଦାବି ନେଇ ଦଲିଲ ଲେଖକଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ । ବ୍ରହ୍ମପୁର ୧ ଓ ୨ ସବ୍‌ ରେଜିଷ୍ଟ୍ରାର ସମେତ କନିଷି ଓ କୁକୁଡାଖଣ୍ଡି ସବ୍‌ ରେଜିଷ୍ଟ୍ରାରଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ଜନ ସାଧାରଣ ହଇରାଣ ହେଉଥିବା ବେଳେ, ବ୍ରହ୍ମପୁର ୧ ସବ୍ ରେଜିଷ୍ଟ୍ରାର ଅଫିସରେ ସ୍ଥାୟୀ ସବ୍ ରେଜିଷ୍ଟ୍ରାରଙ୍କ ନିଯୁକ୍ତି ଆବଶ୍ୟକ ।

ଏନେଇ  ଉଚ୍ଚ ନ୍ୟାୟାଳୟ, ଆଇ.ଜି.ଆର ଓ ରାଜସ୍ଵ ଭବନ ଓଡିଶା କଟକ ସ୍ଥିତ ଅଣ୍ଡର ସେକ୍ରେଟାରୀଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଓରେରା ଆଇନକୁ ଭୁଲ ବ୍ୟାଖ୍ୟା କରି ଜନ ସାଧାରଣ ଦଲିଲ ରେଜିଷ୍ଟ୍ରି ନକରିବା ସହ ଦଲିଲ ରେଜିଷ୍ଟ୍ରି କରଣର ତଥା ତନଖିର ମୁଖ୍ୟ ଦାୟିତ୍ୱ ସବ୍‌ ରେଜିଷ୍ଟ୍ରାର ଅଫିସର କର୍ମଚାରୀ ଏବଂ ସବ୍ ରେଜିଷ୍ଟାରଙ୍କ ଦାୟିତ୍ୱ ଥିଲେ ମଧ୍ୟ କୌଣସି ଦଲିଲରେ ବିବାଦ ଉପୁଜିଲେ ଦଲିଲ ଲେଖକଙ୍କୁ ଦାୟୀ କରିବା ସମ୍ବନ୍ଧରେ ଆଜି ପ୍ରତିବାଦ କରାଯାଇଛି । ଏହାସହ ତ୍ରୁଟିପୂର୍ଣ ବେଞ୍ଚ ମାର୍କ ମୂଲ୍ୟାୟନକୁ ନେଇ ଜନ ସାଧାରଣଙ୍କ ତରଫରୁ ଆଇ.ଜି.ଆର , ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କୁ ଅବଗତ କରାଇ ଥିଲେ ସୁଦ୍ଧା ସେ ସବୁର ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ନାହିଁ ତେଣୁ ଆଜି ଦଲିଲ ଲେଖକଙ୍କ ଅନିର୍ଦ୍ଧିଷ୍ଟ କାଳ ଧରି କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରାଯାଇଛି ବୋଲି ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଦଲିଲ୍ ଲେଖକ ମାନେ ପୂର୍ବରୁ ସମସ୍ତ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟାଳୟ ଗୁଡ଼ିକୁ ଅବଗତ କରାଇ ଥିଲେ ମଧ୍ୟ କୌଣସି ପ୍ରକାର ସମାଧାନ ହୋଇନାହିଁ, ତେଣୁ ଏହି ବିଷୟ ନେଇ ପୁଣି  ମହାନିରୀକ୍ଷକ ଆଇ.ଜି.ଆର, ଓଡିଶା ରାଜ୍ୟ ରାଜସ୍ବ ମନ୍ତ୍ରୀ, ରାଜସ୍ବ ବିଭାଗ ମୁଖ୍ୟ ଶାସନ ସଚିବ, ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ, ବ୍ରହ୍ମପୁର ସବ୍ କଲେକ୍ଟର ଓ ବ୍ରହ୍ମପୁର ସବ୍ ରେଜିଷ୍ଟ୍ରାର – ୧ ଓ ବ୍ରହ୍ମପୁର ସବ୍ ରେଜିଷ୍ଟ୍ରାର ୨ ମହୋଦୟଙ୍କୁ ଲିଖିତ ପତ୍ର ମଧ୍ୟମାରେ ଜଣାଇଛନ୍ତି ।

ଦିନକୁ ଦିନ ଜନ ସାଧାରଣଙ୍କ ବଢୁଥିବା ଅସନ୍ତୋଷର ବହ୍ନି ଯେ କେତେବେଳେ କେଉଁ ରୂପ ଧାରଣ କରିବ, ତାହା ଆକଳନ କରିହେବ ନାହିଁ ।  ବ୍ରହ୍ମପୁର ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଦ୍ଵୟକୁ ବିଭିନ୍ନ ସମୟରେ ଆସୁଥିବା ଜନ ସାଧାରଣ ନିଜର ଦଲିଲର କାର୍ଯ୍ୟ ସମ୍ପାଦନ ପାଇଁ ଦଲିଲ ଲେଖକ ଓ ଆଇନଜୀବୀ ମାନଙ୍କ ସହାୟତା ନେଇଥାନ୍ତି ଓ ଦଲିଲ ଲେଖକ ମାନେ ଓ ଓକିଲ ମାନେ ସାଧାରଣତଃ ସରକାରୀ ନିୟମାନୁଯାୟୀ ଜନ ସାଧାରଣଙ୍କ ବୁଝାଇ ସୁଝାଇ ସେହି କାର୍ଯ୍ୟ  ସମ୍ପାଦନ କରିଥାନ୍ତି । ଉକ୍ତ ସବ୍ ରେଜିଷ୍ଟ୍ରାର ଦ୍ଵୟଙ୍କ ମନୋମୁଖୀ ଓ ଅହଂଭାବ କାର୍ଯ୍ୟକଳାପର ପ୍ରତିବାଦ ପୂର୍ବକ ପୁଣି ଜନ ସାଧାରଣଙ୍କ ଅସୁବିଧା ଦୂର କରି ଜନତାଙ୍କ ଆଶା ଆକାଂକ୍ଷା ଓ ଦାବି ପୁରଣ କରିବା ପାଇଁ ପ୍ରତିବାଦ ସ୍ଵରୂପ ଦଲିଲ ପ୍ରସ୍ତୁତ କରୁଥିବା ଆଇନଜୀବୀ ଓ ଦଲିଲ ଲେଖକ ମାନେ ବୁଧବାର ଦିନ ଠାରୁ ଉକ୍ତ କାର୍ଯ୍ୟାଳୟ ଦ୍ବୟ ଠାରେ ସମ୍ପୂର୍ଣ୍ଣ ରୂପେ କଲମଛାଡ଼ ଆନ୍ଦୋଳନ କରିଛନ୍ତି । ତେଣୁ ଜନ ସାଧାରଣଙ୍କ ସମସ୍ୟାକୁ ଦୂର କରି ସମାଧାନ କରିବାକୁ କୁହାଯାଇଛି । ନଚେତ୍ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com