ଅନ୍ୟାନ୍ୟ

ବାୟୋଡାଇଭର୍ସିଟି ହେରିଟେଜ୍ ସାଇଟ୍ ଭାବେ ମାନ୍ୟତା ପାଇଲା ଗନ୍ଧମାର୍ଦ୍ଦନ

ଭୁବନେଶ୍ୱର, ୨୪/୦୩/୨୦୨୩    ରାଜ୍ୟର ତୃତୀୟ ବାୟୋଡାଇଭର୍ସିଟି ହେରିଟେଜ୍ ସାଇଟ୍ଗ – BHS ଭାବେ ମାନ୍ୟତା ପାଇଛି ଗନ୍ଧମାର୍ଦ୍ଦନ । ଏହି ପର୍ବତରେ ୧ ହଜାର ୫୫ ପ୍ରଜାତିର ବୃକ୍ଷ ରହିଥିବାବେଳେ ୮୪୯ ପ୍ରଜାତିର ଆଞ୍ଜିଓସ୍ପର୍ମ, ୫୬ ପ୍ରକାର ଟେରିଡୋଫାଇଟ, ୪୫ ପ୍ରକାର ଲାଇକେନ, ୪୦ ପ୍ରକାର ବ୍ରାୟୋଫାଇଟ ଏବଂ ୨ ପ୍ରକାର ଜିମନୋସ୍ପର୍ମ ରହିଛି ।

ସେହିପରି ୫୦୦ ପ୍ରଜାତିର ପ୍ରାଣୀଙ୍କ ବାସସ୍ଥାନ ହେଉଛି ଗନ୍ଧମାର୍ଦ୍ଦନ । ଏଥିମଧ୍ୟରେ ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରୀସୃପ, ୪୩ ପ୍ରକାର ସ୍ତନ୍ୟପାୟୀ, ୧୧୮ ପ୍ରକାର ଉଭୟଚର, ୨୭ ପ୍ରକାର ଡ୍ରାଗନଫ୍ଲାଏ ଏବଂ ୮୩ ପ୍ରଜାତିର ସ୍ପାଇଡର ବାସ କରୁଛନ୍ତି । ପୂର୍ବରୁ କନ୍ଧମାଳ ଜିଲ୍ଲାର ମଣ୍ଡାସୁରୁ ଜର୍ଜ ଏବଂ ଗଜପତି ଜିଲ୍ଲାର ମହେନ୍ଦ୍ର ତନୟାକୁ BHS ମାନ୍ୟତା ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com