ଅନ୍ୟାନ୍ୟ

ଇଡ଼ି ଗିରଫ କଲା ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱରକୁ

ଭୁବନେଶ୍ୱର, ୧୧/୧୧/୨୦୨୨ –   ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରମୁଖ ସହଯୋଗୀ ତଥା ତାର ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରକୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଖଗେଶ୍ୱର ପାଖରେ ଅର୍ଚ୍ଚନା କାରବାର ସମ୍ପର୍କରେ ବହୁ ତଥ୍ୟ ଥିବାରୁ ତାକୁ ଗିରଫ କରିବାକୁ ଦାବି ହୋଇ ଆସୁଥିଲା । ଯଦିଓ ଖଗେଶ୍ୱର ଭୁବନେଶ୍ୱର ଉପକଣ୍ଠରେ ଥିବା ତାର ଗାଁ ଗଙ୍ଗେଶ୍ୱରଗଡରେ ଖୋଲା ଖୋଲି ବୁଲୁଥିଲା ତେବେ ପୋଲିସ ଏନେଇ ରହସ୍ୟ ଜନକ ଭାବେ ଚୁପ୍ ରହିଥିଲା । ବରଂ ତାକୁ ଖୋଜି ପାଉନଥିବା ପୋଲିସ କହୁଥିଲା ।

ଅର୍ଚ୍ଚନା ମାମଲା ଇଡ଼ି ହାତକୁ ଯିବାର ୨୪ ଘଣ୍ଟା ମଧ୍ୟରେ ଖଗେଶ୍ୱର ଗରିଫ ହୋଇଛି । ଏହାକୁ ନେଇ ପୋଲିସ ଭୂମିକା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଏଭଳିକି ପୋଲିସର କାର୍ଯ୍ୟଶୈଳି ଓ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଇଡି ପ୍ରଥମେ ଖଗେଶ୍ୱର ଘରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ତାକୁ ୨୦ ଘଣ୍ଟା କାଳ ଜେରା କରାଯାଇଥିଲା । ଜେରା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଇଡି ହାତରେ ଲାଗିଥିଲା । ଯାହାକୁ ଭିତ୍ତିକରି ତାକୁ ଗିରଫ କରାଯାଇଛି । ମିଳିଥିବା କାଗଜ ପତ୍ରରୁ ଅର୍ଚ୍ଚନା ସହିତ ଜଗବନ୍ଧୁର ସହ ଆର୍ଥିକ କାରବାରର ହୋଇଥିବା ଜଣାପଡିଛି । ୨୦୧୬ରୁ ବିଭିନ୍ନ ଆକାଉଣ୍ଟରୁ ଏପର୍ଯ୍ୟନ୍ତ ୬ ବର୍ଷ ଧରି ଏହି ଆର୍ଥିକ କାରବାର ହୋଇଛି ।

ଆହୁରି ତଥ୍ୟ ଖଗେଶର ଠାରୁ ମିଳିବା ଆଶାରେ ଇଡି ତାକୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି । କେବଳ ସେତିକି ନୁହେଁ ଖଗେଶ୍ୱର ପାଖରୁ ଅନେକ ଦସ୍ତାବିଜ ଜବତ ହୋଇଛି । ତା ମୋବାଇଲରୁ ଅନ୍ୟ ତଥ୍ୟ ମିଳିଛି । ଖଗେଶ୍ୱର ଗିରଫଦାରୀ ପରେ ତାର ପରିବାର ଲୋକ ଓ ସମ୍ପର୍କୀୟମାନଙ୍କୁ ମଧ୍ୟ ଇଡି ଅଧିକାରୀମାନେ ପଚରାଉଚରା କରିବାକୁ ଯୋଜନା ରଖିଛନ୍ତି । ଏହାଦ୍ୱାରା ଅନେକ ଭିତିରି ତଥ୍ୟ ମିଳିବ ବୋଲି ଇଡିର ଅଧିକାରୀମାନେ ଆଶା ରଖିଛନ୍ତି । ଗୁରୁବାର ଇଡି ଅଧିକାରୀ ମାରେ ଖଗେଶ୍ୱରର ଗ୍ୟାରେଜ ସୁପ୍ରିମ ଅଟୋମୋବାଇଲ ଉପରେ ଚଢାଉ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com