ଅନ୍ୟାନ୍ୟ

ଯୁବତୀଙ୍କୁ ଆକ୍ରମଣ ଉଦ୍ୟମ : ଯୁବକ ଗିରଫ

ବ୍ରହ୍ମପୁର, ୨୫/୧୧/୨୦୨୨-   ଜଣେ ଯୁବତୀଙ୍କୁ ଶ୍ରୀରାମ ନଗର ଅଞ୍ଚଳର ଜଣେ ଯୁବକ ପ୍ରେମ ନିବେଦନ କରି ଆସୁଥିଲେ । ଯୁବକଙ୍କ ପ୍ରେମ ନିବେଦନକୁ ଯୁବତୀ ଜଣକ ମନା କରିବା ପରେ ଉକ୍ତ ଯୁବତୀଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ନେଇ ବଡ଼ ବଜାର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଯୁବତୀଙ୍କୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗରେ ଶ୍ରୀରାମ ନଗର ଅଞ୍ଚଳର ସଞ୍ଜୟ କୁମାର ମହାପାତ୍ର ଓରଫ ଭିକିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଯୁବତୀଙ୍କ ସାନ ଭାଇ ଓ ଅଭିଯୁକ୍ତ ଭିକିଙ୍କ ମଧ୍ୟରେ ବନ୍ଧୁତା ରହିଥିଲା । ସେହିକ୍ରମରେ ଅଭିଯୋଗକାରୀ ଯୁବତୀଙ୍କ ଭିକି ଜାଣିଥିଲେ । ଏହାର ସୁଯୋଗ ନେଇ ଭିକି ଯୁବତୀଙ୍କୁ ପ୍ରେମ ନିବେଦନ କରି ଆସୁଥିଲେ । ହେଲେ ଯୁବତୀ ଜଣଙ୍କ ଏଥିରେ ରାଜି ହେଉ ନ ଥିଲେ । ଯୁବତୀ ଜଣକ ଭୁବନେଶ୍ୱରରେ ରହି ପାଠ ପଢୁଥିବା ବେଳେ ୧୯ ତାରିଖରେ ସେ ବ୍ରହ୍ମପୁର ଆସିଥିଲେ । ଅଭିଯୁକ୍ତ ସଞ୍ଜୟ ତାଙ୍କର କିଛି ବନ୍ଧୁଙ୍କ ସହ ମାରଣାସ୍ତ୍ର ଧରି ଯୁବତୀଙ୍କ ଘରକୁ ଯାଇ ଆକ୍ରମଣ ଉଦ୍ୟମ କରିବା ସହ ଜୀବନରେ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ଘଟଣାକୁ ନେଇ ଯୁବତୀ ଜଣକ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଭିକିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com