ଅନ୍ୟାନ୍ୟ

ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା : ପୁରୁଷ ବନ୍ଧୁ ସୌମ୍ୟଜିତ ଗିରଫ

ଭୁବନେଶ୍ୱର, ୧୬/୦୨/୨୦୨୩ –    ୨୦୨୨ ଅଗଷ୍ଟରେ ଘଟିଥିବା ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ତେବେ ଗୁରୁବାର କମିଶନରେଟ୍ ପୋଲିସର ୫ ଜଣିଆ ଟିମ୍ ରାତି ୪ଟାରେ ସମ୍ବଲପୁର ବଂଶୀଧରନଗରରେ ପହଞ୍ଚି ସୌମ୍ୟଜିତଙ୍କୁ ତାଙ୍କ ଘରୁ ଗିରଫ କରିଥିବା ଜଣାପଡ଼ିଛି । ସୌମ୍ୟଜିତଙ୍କ ଯୋଗୁଁ ଶ୍ଵେତା ଆତ୍ମହତ୍ୟା କରିଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରିଥିଲେ ପରିବାରଲୋକ ।

ପୂର୍ବରୁ ଏହି ମାମଲାରେ ସୌମ୍ୟଜିତଙ୍କୁ ପଚରାଉଚରା କରିବା ସହିତ ତାଙ୍କ ସମ୍ବଲପୁର ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୌମ୍ୟଜିତ । ଘଟଣାରେ ମୋଟ ୧୫ ଜଣଙ୍କ ବୟାନ ରେକର୍ଡ ହୋଇଛି । ସୌମ୍ୟ ଓ ଶ୍ୱେତାଙ୍କ କଲ ରେକର୍ଡିଂ ଓ ମେସେଜ ତଥ୍ୟ ଆଧାରରେ  ତଦନ୍ତ ଚାଲିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com