ଅନ୍ୟାନ୍ୟ

ବିଜେପିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ

ଭୁବନେଶ୍ୱର, ୦୧/୧୨/୨୦୨୨-  ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି । ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ କଂଗ୍ରେସ ଛାଡ଼ି ପଦ୍ମ ଦଳରେ ମିଶିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିରୋଧୀଦଳର ନେତା ଜୟ ନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ସଞ୍ଜୟ ହେଉଛନ୍ତି ପ୍ରଖ୍ୟାତ ରାଜନେତା ତଥା ୪ ଥର ଲୋକସଭା ସଦସ୍ୟ କୃପାସିନ୍ଧୁ ଭୋଇଙ୍କ ପୁତ୍ର । ସେ  ୨୦୦୯ରୁ ୨୦୧୪ ଯାଏ ଲୋକସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ସଞ୍ଜୟ କୁଲତା ସମାଜର ହୋଇଥିବାରୁ ତାଙ୍କ ଯୋଗଦାନ ଚଳିତ ପଦ୍ମପୁର ଉପନିର୍ବାଚନରେ ବିଜେପି ‌କୁଲତା ଭୋଟ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com