ଅନ୍ୟାନ୍ୟ

ଶିକ୍ଷୟତ୍ରି ମାଡମ୍ ଙ୍କୁ ଗାଡ଼ିରେ ଜବରଦସ୍ତି ଭର୍ତ୍ତି କରି ଫେରାର

ଶିକ୍ଷୟତ୍ରି ମାଡମ୍ ଙ୍କୁ ଗାଡ଼ିରେ ଜବରଦସ୍ତି  ଭର୍ତ୍ତି କରି ଫେରାର ହେଲେ ଯୁବକ । ସୂଚନା ଅନୁସାରେ ଯୁବକ ଜଣଙ୍କ ହେଉଛନ୍ତି ତାଙ୍କ ସମ୍ପର୍କୀୟ । ବିଚ୍ ରାସ୍ତାରେ ଘଟାଇଲେ ଏଭଳି କାଣ୍ଡ । ଘଟଣା ଟି ସିସିଟିଭି ରେ କୟେଦ ହେଲା ପରେ ଏବେ ଆସିଲା ସାମ୍ନାକୁ ସତ । ସିସିଟିଭର ଏହି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ହାସମ୍ ଠାରେ । ଘଟଣା ଅନୁସାରେ ଶିକ୍ଷୟତ୍ରୀ ଜଣକ ସବୁଦିନ ପରି ସେଦିନ ମଧ୍ୟ ବାହାରି ପଡ଼ିଥିଲେ ନିଜ ସ୍କୁଲ ରୁ । ରାସ୍ତାରେ ଯିବା ସମୟରେ ହଠାତ୍ ଏକ ଇନୋଭୋ ଭ୍ୟାନ ଲାଗିଥିଲା ତାଙ୍କ ସାମ୍ନାରେ ।

ଗାଡ଼ିଟିରୁ ବାହାରିଥିଲେ ତାଙ୍କ ସମ୍ପର୍କୀୟ ରାମୁ । ରାମୁଙ୍କ ସହିତ ତାଙ୍କର କିଛି ସମୟ ଯୁକ୍ତି ତର୍କ ହେବା ପରେ ଗାଡ଼ିରେ ଥିବା ଦୁଇ ଜଣ ଯୁବକଙ୍କ ସହିତ ଯୁବତୀଙ୍କୁ ଭିଡ଼ି ନେଇ ଥିଲେ ଗାଡ଼ି ଭିତରକୁ । ତାହା ପରେ ଗାଡ଼ି ଅତି ଦ୍ରୁତ ଗତିରେ ପଳାଇଥିଲେ ସେଠାରୁ ।

ଯୁବତୀଙ୍କ ଅପହରଣ ପରେ ତାଙ୍କ ମାଆ ଥାନାରେ ଅଭିଯୋଗ କରିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ୍ । ପୋଲିସ୍ ଗାଡ଼ି ସହିତ ଦୁର୍ବୃତ୍ତ ଯୁବକଙ୍କୁ ଜିଲ୍ଲାଠାରେ ଧରିବା ସହିତ ଯୁବତୀଙ୍କୁ ଉଦ୍ଧାର କରିଥିଲା ।

ଉଲ୍ଲେଖ ଯୋଗ୍ୟ ଯେ , କିଛି ଦିନ ତଳେ ରାମୁ ନିଜ ଘର ଲୋକଙ୍କୁ ନେଇ ଯୁବତୀ ଜଣଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲା । ସେ ଯୁବତୀଙ୍କ ଘର ଲୋକ ସିଧା ସିଧା ମନା କରି ଦେଇଥିଲେ । ଯାହା ପରେ ଏମିତି କାଣ୍ଡ ଘଟାଇଥିଲା ରାମୁ  ।

Related Articles

Back to top button
WP Twitter Auto Publish Powered By : XYZScripts.com