ଅନ୍ୟାନ୍ୟ

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୦୩/୦୩/୨୦୨୩ –   କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ । ଜ୍ୱର ହେବା କାରଣରୁ ଗୁରୁବାର ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋନିଆଙ୍କୁ ଚେଷ୍ଟ ମେଡିସିନ ବିଭାଗର ବରିଷ୍ଠ ଡାକ୍ତର ଅରୁପ ବାସୁଙ୍କ ତତ୍ୱାବଧାନରେ ଚିକିତ୍ସା କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଜଣାପଡ଼ିଛି । ଏହା ପୂର୍ବରୁ ଜାନୁଆରୀରେ ସୋନିଆଙ୍କୁ ଭାଇରାଲ ଇନଫେକ୍ସନ କାରଣରୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com