ଅନ୍ୟାନ୍ୟ

ବନ୍ୟପ୍ରାଣୀ ମୃତ୍ୟୁ ରୋକିବ ଥର୍ମାଲ ଇନଫ୍ରାରେଡ୍ ଡ୍ରୋନ୍

 ଭୁବନେଶ୍ୱର, ୦୩/୧୨/୨୦୨୨-  ବନ୍ୟପ୍ରାଣୀ ମୃତ୍ୟୁ ରୋକିବ ଥର୍ମାଲ ଇନଫ୍ରା ରେଡ଼ ଡ୍ରୋନ୍‍ । ବିଶେଷକରି ରାତି ସମୟରେ ହାତୀ, ଶିକାରୀ ଏବଂ ଅନ୍ୟ ବନ୍ୟ ପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହାକୁ ବ୍ୟବହାର କରାଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଡ୍ରୋନ ଶିକାରୀ ସମେତ ବନ୍ୟଜନ୍ତୁଙ୍କ ଦେହର ତାପମାତ୍ରାକୁ ଅନୁଧ୍ୟାନ କରି ପାରିବ । ରାଜ୍ୟର ପ୍ରଥମକରି କେନ୍ଦୁଝର ବନଖଣ୍ଡର ଚମକପୁର ଠାରେ ଏହି ଡ୍ରୋନର ସଫଳ ବ୍ୟବହାର କରାଯାଇଛି । ଏହାପରେ ହାତୀ ଚଳପ୍ରଚଳ କରୁଥିବା ବମେଵାରୀ, ବାଲିବନ୍ଧ ଏବଂ ପାଟଣା ରେଞ୍ଜ ଅଞ୍ଚଳରେ ଅନ୍ୟ ବନ୍ୟଜନ୍ତୁ ଏବଂ ଶିକାରୀଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଛି। ରେଳ ଲାଇନ, ବିଦ୍ୟୁତ ଲାଇନରେ ଦୁର୍ଘଟଣା ଏବଂ ଶିକାରୀଙ୍କ ଯୋଗୁଁ ବନ୍ୟପ୍ରାଣୀ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ରୋକିବା ଦିଗରେ ଥର୍ମାଲ ଇନଫ୍ରା ରେଡ଼ ଡ୍ରୋନ୍‍ ଫଳପ୍ରଦ ହେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com