ଅନ୍ୟାନ୍ୟ

ଏୟାର ସୋ’ ଚାଲିଥିବାବେଳେ ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ,୬ ମୃତ

ଏୟାର ସୋ’ ଚାଲିଥିବାବେଳେ ମଝି ଆକାଶରେ ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ଦୁଇ ସାମରିକ ବିମାନ ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା ଟେକ୍ସାସର ଡାଲାସ୍ ଏକଜିକ୍ୟୁଟିଭ୍ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ବୋଇଂ B-17 ଏୟାରକ୍ରାଫ୍ଟ ସହ ଛୋଟ ବିମାନର ମୁହାଁମୁହିଁ ଧକ୍କା ହୋଇଛି । ଦୁଇ ବିମାନ ପରସ୍ପର ସହିତ ଧକ୍କା ଖାଇ ଖଣ୍ଡବିଖଣ୍ଡ ହୋଇ ତଳକୁ ଖସି ପୋଡ଼ିଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସ୍ମରଣରେ ଟେକ୍ସାସର ଡାଲ୍ଲାସରେ ଶନିବାର ଏକ ଏୟାର ଶୋର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଁ ବୋମା ବର୍ଷକ ବିମାନ B-17 ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ। ବିମାନ ଦୁର୍ଘଟଣା ହେବା ପରେ ଏମାର୍ଡଜେନ୍ସି ଷ୍ଟାଫ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସତର୍କତା ମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ମାମଲାରେ ଏଫ୍‌ଏଏ ଏବ ନ୍ୟାସ୍‌ନାଲ ଟ୍ରାନ୍ସପୋର୍ଟେସନ ସେଫ୍‌ଟି ବୋର୍ଡ(NTSB) ତଦନ୍ତ ଜାରି ରଖିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନୀ ବିପକ୍ଷରେ B-17 ବିମାନ ବଡ଼ ଭୂମିକା ନିଭାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com