ଅନ୍ୟାନ୍ୟ

ବି.ଜେ.ବି କଲେଜ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ

ଭୁବନେଶ୍ୱର, ୨୨/୦୪/୨୦୨୩ –      ବିଜେବି କଲେଜ କ୍ୟାମ୍ପସରେ ପଶି ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅଣଛାତ୍ର । ଆକ୍ରମଣ କରିବା ପରେ ଅଣଛାତ୍ରମାନେ ପାଚେରି ଡେଇଁ ପଳାଇ ଯାଇଥିଲେ । ଗୁରୁତର ଅବସ୍ଥାରେ ୩ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଆମ୍ବେଦକର ହଷ୍ଟେଲର ଛାତ୍ରଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି ।

ଘଟଣା ଅନୁସାରେ, ଶନିବାର କଲେଜ ପଡ଼ିଆରେ କିଛି ଅଣଛାତ୍ର କ୍ରିକେଟ ଖେଳୁଥିଲେ । ଏହି ସମୟରେ ହଷ୍ଟେଲର କିଛି ଛାତ୍ର କ୍ରିକେଟ ଖେଳିବାକୁ ଯାଇଥିଲେ ଏବଂ ଆଉ କେତେ ସମୟ ଲାଗିବ ବୋଲି ଅଣଛାତ୍ରଙ୍କୁ ପଚାରିଥିଲେ । ଦୁଇ ଓଭର ବାକିଥିବା କହିବା ସହ ଅଣଛାତ୍ରମାନେ ଖେଳ ଜାରି ରଖିଥିଲେ । ଖେଳ ସରିବା ପରେ ସେମାନେ ହଷ୍ଟେଲ ଛାତ୍ରଙ୍କୁ ଫିଲ୍ଡ ଛାଡିବା ବଦଳରେ ପୁଣି ଥରେ ଖେଳିବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା ।

ଏହାପରେ ଅଣଛାତ୍ରମାନେ ଗ୍ରାଉଣ୍ଡ ଛାଡି ପଳାଇଥିଲେ । ହେଲେ କିଛି ସମୟ ପରେ ପ୍ରାୟ ୩୦ ଜଣ ଅଣଛାତ୍ର ଗ୍ରାଉଣ୍ଡ ଭିତରକୁ ଧସେଇ ପଶିବା ସହ ହଷ୍ଟେଲ ଛାତ୍ରଙ୍କୁ ଘେରାବନ୍ଦୀ କରି ଧାରୁଆ ଅସ୍ତ୍ର ସହ ଇଟା, ପଥରରେ ଆକ୍ରମଣ କରିଥିଲେ । ଅଭିଯୁକ୍ତ ଅଣଛାତ୍ରମାନେ କେଉଁ ଅଞ୍ଚଳର ତାହାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।ଥାନାରେ ଅଭିଯୋଗ ହେବା ପରେ ପୋଲିସ ୪ ଜଣଙ୍କୁ ଅଟକ ରଖିବା ସହ ମାରଣାସ୍ତ୍ର ଜବତ କରିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com