ଅନ୍ୟାନ୍ୟ

KYC ପାଇଁ ଆସିବାକୁ ଯାଉଛି ନୂଆ ନିୟମ

ନୂଆଦିଲ୍ଲୀ, ୨୧/୦୯/୨୦୨୨ –   KYC ପାଇଁ ଆସିବାକୁ ଯାଉଛି ନୂଆ ନିୟମ । ସରକାର ଓ ଆରବିଆଇ ପକ୍ଷରୁ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାର ଗ୍ରାହକଙ୍କ ପାଇଁ ଏହି ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି । ଏହି ନିୟମ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନ ମଧ୍ୟରେ କାରବାରକୁ ସହଜ କରିବା ପାଇଁ ଏକ ୟୁନିଫର୍ମ KYC ଯୋଜନା କାର୍ଯ୍ୟକାରୀ କରିବା ପାଇଁ କାମ ଚାଲିଛି । ଏହି ସିଷ୍ଟମର କାର୍ଯ୍ୟକାରୀ ହେଲାପରେ ବିଭିନ୍ନ ଅନୁଷ୍ଠାନରେ କାରବାର ପାଇଁ ଆଉ ପ୍ରତ୍ୟେକ ଥର ନିଜର KYC ଦେବାକୁ ପଡିବ ନାହିଁ ।

ଏହି ପଦକ୍ଷେପ ଯୋଗୁଁ ଗ୍ରାହକଙ୍କ ସୁବିଧା ଆହୁରି ବଢିବ । ବର୍ତ୍ତମାନ ଆଉ ଏକ ପ୍ଲାନିଂ କରାଯାଉଛି, ଫଳରେ ବ୍ୟାଙ୍କ ଗ୍ରାହକ ଏବଂ ଆର୍ଥିକ ଅନୁଷ୍ଠାନର ଗ୍ରାହକମାନଙ୍କୁ ବଡ଼ ସାହାଯ୍ୟ ମିଳିବ । ଗ୍ରାହକ ଥରେ KYC ଦାଖଲ କରିବା ପରେ ଏହାର ବ୍ୟବହାର ବିଭିନ୍ନ ଆର୍ଥିକ ସଂସ୍ଥାଗୁଡ଼ିକରେ କାରବାର ପାଇଁ ଏକାଧିକ ଥର ବ୍ୟବହାର କରାଯାଇପାରିବ, ଯେଉଁଥିପାଇଁ ଏବେ କାମ ଚାଲିଛି ବୋଲି ସେ କହିଛନ୍ତି । ଏହାର କାମ ନୂଆ ବର୍ଷରେ ଶେଷ ହେବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com