ଅନ୍ୟାନ୍ୟ

ରକେଟ୍-ବୋମାମାଡ଼ ପରେ ଏବେ କେମିକାଲ୍ ଆଟାକ୍ କରିପାରେ ରୁଷ, ଆମେରିକା ଦେଲା ଚେତାବନୀ

ୱାଶିଂଟନ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଲଗାତର ଭାବରେ ହମଲା ଜାରି ରହିଛି । ଦୁଇ ସପ୍ତାହ ଧରି ହମଲା ଜାରି ରହିଛି । ରୁଷ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ ମଧ୍ୟ ପଛକୁ ହଟି ନାହିଁ । ଏହା ଭିତରେ ଆମେରିକା ଚେତାବନୀ ଦେଇଛି ଯେ, ୟୁକ୍ରେନ ଉପରେ ଏବେ ରୁଷ କେମିକାଲ୍ ଆଟାକ୍ କରିପାରେ । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ରୁଷ, ୟୁକ୍ରେନ ଉପରେ ଏବେ ବାୟୋଲଜିକାଲ୍ କିମ୍ବା କେମିକାଲ୍ ହତିଆର ଦ୍ୱାରା ହମଲା କରିବା ନେଇ ପ୍ରସ୍ତୁତି କରୁଛି । ରକେଟ୍ ମାଡ଼, ମିସାଇଲ୍ ମାଡ଼ ଓ ବୋମାମାଡ଼ ପରେ ଏବେ କେମିକାଲ୍ ଆଟାକ୍ କରିପାରେ ରୁଷ ।
ନିକଟରେ ୟୁକେ ମଧ୍ୟ ବଡ଼ ଧରଣର ଦାବି କରିଛି । ଏଠାକାର ପ୍ରତିରକ୍ଷା ମନ୍ତ୍ରୀ ଏକ ଟୁଇଟ୍ କରି କହିଥିଲେ ଯେ, ରୁଷ ପଟରୁ ୟୁକ୍ରେନ ଉପରେ ଥର୍ମୋବାରିକ୍ ରକେଟ୍ ମାଡ଼ କରାଯାଇପାରେ । ଏହି ରକେଟ୍ କୁ ଭାକ୍ୟୁମ୍ ବମ୍ ବତ କୁହାଯାଇଥାଏ । କାରଣ ଏହା ଦ୍ୱାରା ବାୟୂରେ ଅକ୍ସିଜେନ୍ ର ମାତ୍ରା କମ୍ ହୋଇଯାଇଥାଏ । ଏହା ସାମାନ୍ୟ ବମ୍ ଠାରୁ ବି ଅଧିକ କ୍ଷୟକ୍ଷତି ଘଟାଇପାରେ । ଏହାଦ୍ୱାରା ଲୋକଙ୍କୁ ଗମ୍ଭୀର ସମସ୍ୟା ହୋଇପାରେ ।
ସୂଚନାଯୋଗ୍ୟ, ରୁଷ ଅନେକ ଥର ନିଜ ଶତ୍ରୁଙ୍କ ଉପରେ ଏହି ଭାକ୍ୟୁମ୍ ବମ୍ ଦ୍ୱାରା ଆକ୍ରମଣ କରିସାରିଛି । କାରଣ ରୁଷ ହେଉଛି ଏପରି ଦେଶ ଯିଏ କି ଅନ୍ତର୍ଜାତୀୟ ନିୟମ ଉଲଂଘନ କରି ବାୟୋଲଜିକାଲ୍ ଅସ୍ତ୍ର ବ୍ୟବହାର କରେ । ସିରିଆ ରେ ଉପରେ ରୁଷ କେମିକାଲ୍ ଆକ୍ରମଣ କରିଥିଲା । କିନ୍ତୁ ପଶ୍ଚିମ ଦେଶ ଗୁଡ଼ିକ ଉପରେ ଦୋଷ ଲଦିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com