ଅନ୍ୟାନ୍ୟ

ଲାଞ୍ଚର ୯୧% ନେଉଛନ୍ତି ସରକାରୀ ବାବୁ : ଟ୍ରେସ ଇଣ୍ଟରନ୍ୟାସନାଲର ଦୁର୍ନୀତି ରିପୋର୍ଟ

ନୂଆଦିଲ୍ଲୀ () ଭାରତ ହେଉଛି ବିଶ୍ବର ଷଷ୍ଠ ବୃହତ ଅର୍ଥନୀତି । ଆର୍ଥିକ ପ୍ରତିଷ୍ଠାନ, ବ୍ୟବସାୟିକ ସୁଗମତା ଏବଂ ନୂତନ ପ୍ରବର୍ତ୍ତନ ଭଳି କେତେକ ମାନଦଣ୍ଡରେ ଭାରତ ବିଶ୍ୱର ଶ୍ରେଷ୍ଠ ୩୦ ରାଷ୍ଟ୍ର ମଧ୍ୟରେ ରହିଥିବାବେଳେ ଦୁର୍ନୀତି କ୍ଷେତ୍ରରେ ୮୫ ତମ ସ୍ଥାନରେ ରହିଛି। ଏହାର ଅର୍ଥ ହେଉଛି, ବିଶ୍ବର ଅଧାରାଷ୍ଟ୍ରରେ ଦୁର୍ନୀତି ଭାରତଠାରୁ ବି କମ୍ ହେଉଛି। ଅପରପକ୍ଷେ ଲାଞ୍ଚ କାରବାର କ୍ଷେତ୍ରରେ ମଧ୍ୟ ଦେଶର ଚିତ୍ର ବିଶ୍ବସ୍ତରରେ ବହୁତ ଖରାପ ରହିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ୨୦୦୮ ଲାଞ୍ଚ କାରବାର ସୂଚୀରେ ଭାରତ ବିଶ୍ବର ୨୨ ରାଷ୍ଟ୍ର ମଧ୍ୟରେ ୧୯ ତମ ସ୍ଥାନରେ ରହିଛି, ଯାହା ପ୍ରମାଣିତ କରୁଛି ଦେଶରେ ଲାଞ୍ଚ କାରବାର କେଉଁଭଳି ସ୍ଥିତିରେ ପହଞ୍ଚିଛି।

ଗତ ଜାନୁଆରୀରେ ଟ୍ରେସ ଇଣ୍ଟରନ୍ୟାସନାଲ ପକ୍ଷରୁ ଭାରତର ଲାଞ୍ଚ କାରବାର ଶୀର୍ଷକ ପ୍ରକାଶିତ ଏକ ରିପୋର୍ଟରେ ଦେଶରେ ହେଉଥିବା ଲାଞ୍ଚ କାରବାରର ପର୍ଦାଫାସ ହୋଇଛି। ରିପୋର୍ଟ ଅନୁଯାୟୀ ଦେଶରେ ହେଉଥିବା ମୋଟ ଲାଞ୍ଚ କାରବାର ମଧ୍ୟରୁ କେବଳ ୯୧ ପ୍ରତିଶତ ଲାଞ୍ଚ ସରକାରୀ ଅଧିକାରୀମାନେ ମାଗିଥାନ୍ତି। ଏହାପରେ କୌଣସି ଲାଭ ମିଳୁ ବା ନ ମିଳୁ ବିଭିନ୍ନ ପ୍ରକାରର ସମସ୍ୟା ଓ ଝିନଝଟକୁ ଏଡାଇବା ପାଇଁ ୭୭ ପ୍ରତିଶତ ଲାଞ୍ଚ ମଗା ଯାଇଥାଏ। ଏହା ଛଡା ସେବା ପାଇବା ନିମନ୍ତେ ଯୋଗ୍ୟ ମୁଁ ବିବେଚିତ ହେଉଥିଲେ ସୁଧା ସମୟାନୁଯାୟୀ ସେବା ପାଇବା ଲାଗି ୯୧ ପ୍ରତିଶତ ଲାଞ୍ଚ ମଗାଯାଇଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com