ଅନ୍ୟାନ୍ୟ

ବୟ ଫ୍ରେଣ୍ଡ୍ ନ ଥିଲେ କଲେଜ ପ୍ରବେଶ ନିଷେଧ ! ନୋଟିସ ଦେଖି ଚିନ୍ତାରେ ଅଭିଭାବକ

ଭୁବନେଶ୍ୱର, ୨୪/୦୧/୨୦୨୩ –  ଜଗତସିଂହପୁର ଜିଲ୍ଲାର ସର୍ବ ପୁରାତନ SVM କଲେଜ ନାମରେ ଭାଇରଲ ହେଉଛି ନୋଟିସ । ଜିଲ୍ଲାର ସୁନାମ ଧନ୍ୟ କଲେଜ ନାମରେ ଏହି ନୋଟିସ ଭାଇରାଲ୍ ହେବା ନେଇ ଜିଲ୍ଲାରେ ଚହଳ ପଡ଼ିଯାଇଛି । ତେବେ କିଏ ଓ କୋଉ ଉଦ୍ଦେଶ୍ୟ ରଖି ଏଭଳି ନୋଟିସ ଭାଇରାଲ କଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଭାଇରାଲ ନୋଟିସରେ ଫେବୃୟାରି ମାସ ୧୪ ତାରିଖରୁ କଲେଜର ପ୍ରତ୍ୟେକ ଛାତ୍ରୀ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିବା ପାଇଁ ପଡିବ । ସେହିପରି ବୟ ଫ୍ରେଣ୍ଡ୍ ନ ଥିବା ଛାତ୍ରୀଙ୍କୁ କଲେଜ ଭିତରକୁ ପ୍ରବେଶ ଉପରେ ରୋକ ଲଗାଇବା ନେଇ ଉଲ୍ଲେଖ ରହିଛି । ବୟଫ୍ରେଣ୍ଡଙ୍କ ସହିତ ଫଟୋ ଉଠାଇ ଛାତ୍ରୀମାନେ ପରିଚୟ ପତ୍ର ଭଳି କଲେଜ ପ୍ରବେଶ ଦ୍ଵାରରେ ଦେଖେଇ ଗେଟରେ ପ୍ରବେଶ କରିବେ ବୋଲି ଲେଖାଯାଇଛି ।

ସବୁଠାରୁ ବଡ଼ କଥା ହେଲା ନୋଟିସରେ କଲେଜ ପ୍ରିନ୍ସପାଲଙ୍କ ଦସ୍ତଖତ ମଧ୍ୟ ରହିଛି । ଏହି ବାବଦରେ କଲେଜ ପ୍ରିନ୍ସପାଲ କହିଛନ୍ତି ଏହି ନୋଟିସ ସଂପୂର୍ଣ୍ଣ ଭାବରେ ମିଛ, କଲେଜ ତରଫରୁ ସେମିତି କୌଣସି ନୋଟିସ କରାଯାଇନାହିଁ । ଏହି ନୋଟିସ ନେଇ କଲେଜ ତରଫରୁ ପୋଲିସ ପାଖରେ ଲିଖିତ ଅଭିଯୋଗ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com