ଅନ୍ୟାନ୍ୟ

୧୩ ବର୍ଷର ନାବାଳକ ଚଳାଉଥିଲା ଟ୍ରକ୍, ଭ୍ୟାନ୍‌କୁ ଦେଲା ଧକ୍କା : ୯ ମୃତ

ନୂଆଦିଲ୍ଲୀ: ମାତ୍ର ୧୩ ବର୍ଷର ଶିଶୁ ଚଳାଇଥିଲା ଟ୍ରକ୍ । ନିୟନ୍ତ୍ରଣ ରହିଲାନି । ଆଉ ଏକ ଭ୍ୟାନକୁ ଧକ୍କା ଦେଲା । ଫଳରେ ଚାଲିଗଲା ୯ ଜୀବନ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଆମେରିକାର ଟେକ୍ସାସରେ ।
ମୃତକଙ୍କ ମଧ୍ୟରେ ନ୍ୟୁ ମେକସିକୋ ୟୁନିଭର୍ସିଟି ଗଲଫ୍ ଟିମ୍‌ର ୬ ସଦସ୍ୟ ରହିଛନ୍ତି । ସେହିପରି ଚ୍ରକରେ ଥିବା ୧୩ ବର୍ଷର ନାବାଳକ ଓ ତା ୩୮ ବର୍ଷୀୟ ପିତା ମଧ୍ୟ ପ୍ରାଣ ହରାଇଛନ୍ତି । ସେହିପରି ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଟେକ୍ସାସ୍ ଅଧିକାରୀଙ୍କ କହିବାନୁସାରେ, ଡଜ୍ ୨୫୦୦ ନାମକ ଏକ ପିକଅପ୍ ଟ୍ରକ୍ ଏକ ଭ୍ୟାନକୁ ଧକ୍କା ଦେଇଥିଲା  । ଦୁର୍ଘଟଣା ପରେ ଦୁଇଟି ଗାଡି ଜଳି ଯାଇଥିଲା । ତେବେ ଏହି ଅଘଟଣ ପଛରେ ଜଣେ ନାବାଳକର ହାତ ରହିଛି । ସେ ହି ପିକଅପ୍‌କୁ ଚଳାଉଥିଲା । କମ୍ ବୟସରୁ ପିକଅପ୍ ଚଳାଇ ନିୟମକୁ ନାବାଳକଟି ଉଲ୍ଲଙ୍ଘନ କରିଛି ।
ସୂଚନାଯୋଗ୍ୟ, ଟେକ୍ସାସରେ ୧୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଗାଡି ଚଳାଇବା ପାଇଁ ଲର୍ଣ୍ଣର୍ ପରମିଟ୍ ମିଳେ । ସେମାନେ ନିଜ ସହ ୨୧ ବର୍ଷରୁ ଅଧିକ ବୟସର ଲାଇେସେନ୍ସପ୍ରାପ୍ତ ବ୍ୟକ୍ତିଙ୍କ ତଦାରଖରେ ଗାଡି ଚଳାଇପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com