ଅନ୍ୟାନ୍ୟ

ଦେଓଘର ତ୍ରିକୁଟ୍ ରୋପୱେରେ ଦୁର୍ଘଟଣା,୩ ମହିଳା ମୃତ, ଆହୁରୀ ଫସି ରହିଛନ୍ତି ୫୦ ଯାତ୍ରୀ

() ଝାଡ଼ଖଣ୍ଡର ଦେଓଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଦୁର୍ଘଟଣା ଯୋଗୁ 3 ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ରୋପଓ୍ବେରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ 50ରୁ ଅଧିକ ଯାତ୍ରୀ 2000 ହଜାର ଫୁଟ ଉପରେ ଫସି ରହିଛନ୍ତି । ରବିବାର ସନ୍ଧ୍ୟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ପାରୁ ନାହିଁ । ସମସ୍ତେ ଜୀବନ ମରଣ ମଧ୍ୟରେ ଝୁଲି ରହିଛନ୍ତି। ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଉଦ୍ଧାର କାର୍ଯ୍ୟରେ NDRF, ବାୟୁ ସେନା ଏବଂ ଆର୍ମୀ ଟିମ୍‌ ନିୟୋଜିତ ହୋଇଛନ୍ତି । ବାୟୁ ସେନାର 2ଟି ସ୍ବତନ୍ତ୍ର ହେଲିକାପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି ।

ରବିବାର ରାମ ନବମୀ ଅବସରରେ ରୋପୱେରେ ବୁଲିବା ନିମନ୍ତେ ତ୍ରିକୁଟରେ ବହୁ ଲୋକଙ୍କ ସମାଗମ ହୋଇଥିଲା । ଯାତ୍ରୀ ମାନେ ରୋପୱେରେ ମଜା ନେଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଟ୍ରଲି ୪୦ ଫୁଟ ତଳେ କଚାଡ଼ି ହୋଇ ପଡିଥିଲା । ଉକ୍ତ ଟ୍ରଲିରେ ୫ ଯାତ୍ରୀ ଥିବା ବେଳେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ରୋପୱେ କର୍ମୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣା ଯୋଗୁ ରୋପୱେରେ ଯାଉଥିବା ଆଉ ୨୩ ଟ୍ରଲି ମଝିରେ ଅଟକି ରହିଛି। ସେଥିମଧ୍ୟରୁ ପାହାଡ଼ ପାଖପାଖି ଥିବା ୨ଟି ଟ୍ରଲି ପଥରରେ ପିଟି ହେବାରୁ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି। ହେଲିକପ୍ଟର ଦ୍ବାରା ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com