ଅନ୍ୟାନ୍ୟ

ବଢ଼ାଯାଇ ପାରେ ଅଗ୍ନି-୫ କ୍ଷେପଣାସ୍ତ୍ରର ରେଞ୍ଜ

ଭୁବନେଶ୍ୱର, ୧୯/୧୨/୨୦୨୨-   ଭାରତୀୟ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣର ଦୁଇ ଦିନ ପରେ ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରରର କ୍ଷମତା ବଢାଇ ହେବ ବୋଲି ସୂଚନା ଦେଇଛି D.R.D.O । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି ମିଜାଇଲର ରେଞ୍ଜ ୫ ହଜାର କିଲୋମିଟର ରହିଛି । ତେବେ ଏଥିରେ କିଛି ପରିବର୍ତ୍ତନ କରାଯାଇ ଏହାର ଲକ୍ଷ୍ୟଭେଦ କ୍ଷମତାକୁ ୭ ହଜାର କିଲୋମିଟର କରାଯାଇପାରିବ ବୋଲି D.R.D.O ସୂଚନା ଦେଇଛି । ଏହାଦ୍ୱାରା ଚାନ୍ଦିପୁରରୁ ପଡୋଶୀ ପାକିସ୍ତାନ, ଚୀନ ସମେତ ପୁରା ଏସିଆକୁ  ଲକ୍ଷ୍ୟଭେଦ କରିପାରିବ । ଏହାଛଡା ଆଫ୍ରିକା ଓ ୟୁରୋପର କିଛି ଅଞ୍ଚଳ ମଧ୍ୟ ଅଗ୍ନି-୫ କ୍ଷେପଣାସ୍ତ୍ରର ରେଞ୍ଜରେ ଆସିବ । ଯାହାକୁ ନେଇ ଶତ୍ରୁ ରାଷ୍ଟ୍ର ମାନଙ୍କ ମନରେ ଛନକା ପଶିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com